ଆସିଲାଣି ଖରାଦିନ, ପିଲାଙ୍କୁ ଘରେ ହିଁ ତିଆରି କରି ଦିଅନ୍ତୁ ଟେଷ୍ଟି ଓ୍ଵାଟରମିଲନ୍ ସ୍ଲସ୍
ଆସିଲାଣି ଖରାଦିନ। ଏବେଠୁ ସୂର୍ଯ୍ୟଙ୍କ ପ୍ରଭାବ ନଜର ଆସିଲାଣି। ଖରା ଏତେ ଅଧିକ ହେଉଛି ଯେ ଘରୁ ବାହାରିବା ବି ଏକ ପ୍ରକାରର ଅସମ୍ଭବ ହେଇପଡ଼ିଲାଣି। ତେବେ ଏହି ଖରାଦିନ ଆସିଲେ ପାନୀୟ ଜଳର ଚାହିଦା ବଢ଼ିଯାଏ, ଆଉ ସମସ୍ତେ ଟିକେ ଜୁସ୍, ଥଣ୍ଡା ପାଣି, ଦହି ସରବତ ଓ ଲସି ଆଦି ପିଇବାକୁ ପସନ୍ଦ କରନ୍ତି। କାରଣ ଏହା ପେଟକୁ ଥଣ୍ଡା ରଖେ। କିନ୍ତୁ ଏବେ କରୋନା ଯୋଗୁ ଲୋକମାନେ ପିଲାଙ୍କୁ ବାହାର ଫ୍ରୁଟ୍ ଜୁସ୍ ଓ ମକ୍ଟେଲ୍ ଦେବାକୁ ଡରୁଛନ୍ତି। ଯଦି ଆପଣ ବି ପିଲାଙ୍କୁ ଜୁସ୍ ଦେବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଘରେ ହିଁ ମକ୍ଟେଲ୍ ତିଆରି କରିବାର ସହଜ ଉପାୟ କହିବୁ। ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିବେ ଓ୍ଵାଟରମିଲନ୍ ସ୍ଲସ୍…
ଓ୍ଵାଟରମିଲନ୍ ବା ତରଭୁଜ ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ। ଏହି ଡ୍ରିଙ୍କ୍ ଶରୀରକୁ ଭରପୂର ପୋଷଣ ଯୋଗାଏ। ଏହାକୁ ପିଇବା ଦ୍ୱାରା ଶରୀର ଥଣ୍ଡା ରହେ ଓ ପିଲାଙ୍କୁ ନ୍ୟୁଟ୍ରସନ୍ ମଧ୍ୟ ମିଳେ।
ଏହି ଡ୍ରିଙ୍କ୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ:
ଏକ କପ୍ କଟା ତରଭୁଜ
ଦେଢ଼ କପ୍ ବାଦାମ କ୍ଷୀର
୪-୫ଟି କଟା ପୋଦିନା ପତ୍ର
କଟା ଲେମ୍ବୁ
ପ୍ରସ୍ତୁତି ପ୍ରଣାଳୀ:
କଟା ତରଭୁଜକୁ ଗୋଟିଏ ରାତି ଫ୍ରିଜ୍ରେ ରଖନ୍ତୁ। ସକାଳେ ଏହାକୁ ବାଦାମ କ୍ଷୀର ସହ ଗ୍ରାଇଣ୍ଡିଂ କରି ଜୁସ୍ ଭଳି ତିଆରି କରନ୍ତୁ। ଏବେ ଏହାକୁ ଏକ ଗ୍ଲାସକୁ କାଢ଼ି ଉପରେ କଟା ଲେମ୍ବୁ ଓ ପୋଦିନା ପତ୍ରରେ ସଜାଇ ସର୍ଭ କରନ୍ତୁ ‘ଓ୍ଵାଟରମିଲନ୍ ସ୍ଲସ୍’।