SCB ସମ୍ପ୍ରସାରଣ ପାଇଁ କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା

କଟକ: କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। SCB ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ଚାଲିଛି । ଆଜି ଭଙ୍ଗାଯାଉଛି ୬ଟି ଧାର୍ମିକ ଅନୁଷ୍ଠାନ। ହିନ୍ଦ ସିନେମା ଛକରୁ ମାତୃଭବନ କେନାଲ କୂଳ ରାସ୍ତାରେ ଚାଲିଛି ଉଚ୍ଛେଦ କାମ।

ପରବର୍ତ୍ତୀ ସମୟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ସିଏମସି ଡେପୁଟି କମିଶନର ଅବିନାଶ ରାଉତ ଏନେଇ ସୂଚନା ଦେଇଛନ୍ତି। ତାଳଦଣ୍ଡା କେନାଲ ରାସ୍ତାର ଜଲେଶ୍ୱର ମନ୍ଦିର, ତ୍ରିନାଥ ମନ୍ଦିର, ମହାଦେବ ମନ୍ଦିର ଓ ଧବଳେଶ୍ୱର ମନ୍ଦିରକୁ ଉଚ୍ଛେଦ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.