ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ହଳଦିଆ ରଙ୍ଗର ପେଙ୍ଗୁଇନ୍‌, ଫଟୋଗ୍ରାଫର ବି ଦେଖି ଆଶ୍ଚର୍ଯ୍ୟ

ଓ୍ଵାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରମାନେ ସବୁବେଳେ ଆଶ୍ଚର୍ଯ୍ୟ କରି ଦେବା ଭଳି ଫଟୋ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ନିକଟରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଓ୍ଵାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ୟଭେସ୍‌ ଆଡମ୍ସ ଏକ ବିରଳ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ନିଜ ଆକାଉଣ୍ଟରେ ଏକ ବିରଳ ପେଙ୍ଗୁଇନ୍‌ର ଫଟୋ ସେୟାର କରିଛନ୍ତି, ଯାହାର ରଙ୍ଗ ହଳଦିଆ।

ଏନେଇ ଆଡମ୍ସ କହିଛନ୍ତି, ସେ ପୂର୍ବରୁ କେବେ ହଳଦିଆ ରଙ୍ଗର ପେଙ୍ଗୁଇନ୍‌ କଥା ଶୁଣିନଥିଲେ। ଉକ୍ତ ସମୁଦ୍ରକୂଳରେ ୧,୨୦,୦୦୦ ପକ୍ଷୀ ଥିଲେ। ସେମାନଙ୍କ ମଧ୍ୟରେ ଏହି ହଳଦିଆ ପେଙ୍ଗୁଇନ୍‌ ମାତ୍ର ଗୋଟିଏ ହିଁ ଥିଲା। ତାକୁ ଛାଡ଼ି ଦେଲେ ବାକି ସମସ୍ତେ ସାଧାମଣ ଥିଲେ। ଏହା ସତରେ ଖୁବ୍‌ ଅଲଗା ଥିଲା।

 

View this post on Instagram

 

A post shared by Yves Adams (@yves_adams)


ଆଡମ୍ସ ଏବେ ଆଣ୍ଟାର୍କଟିକା ଓ ଦକ୍ଷିଣ ଆଟଲାଣ୍ଟିକ୍‌ ମଧ୍ୟରେ ଗତ ଦୁଇ ମାସ ହେଲା ଚାଲିଥିବା ଫଟୋଗ୍ରାଫି ସହ ଜଡ଼ିତ ଅଭିଯାନକୁ ଲିଡ୍‌ କରୁଛନ୍ତି। ଦକ୍ଷିଣ ଜର୍ଜିଆର ଜଙ୍ଗଲୀ ଦ୍ୱୀପରେ ସେ ଏହି ହଳଦିଆ ରଙ୍ଗର ପେଙ୍ଗୁଇନ୍‌କୁ ଦେଖିଥିଲେ ଓ ଫଟୋ ଉଠାଇଥିଲେ।

ଆଡମ୍ସଙ୍କ ମୁତାବକ, ଏହା ଏକ ଲ୍ୟୁକୋଷ୍ଟିକ୍‌ ପେଙ୍ଗୁଇନ୍‌। ଏହାର ଶରୀରର କୋଷିକା ମେଲାନିନ୍‌ ତିଆରି କରେ ନାହିଁ। ଏହି କାରଣରୁ ଏହାର କଳା ଡେଣା ହଳଦିଆ ରଙ୍ଗର ହୋଇଯାଏ।