ଯୁଯୁମରା ରେ଼ଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ରେଞ୍ଜର ଗୌରୀ ଶଙ୍କର ଦାଶ ନିଲମ୍ବନ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମରା ରେ଼ଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସଦର ରେଞ୍ଜର ଗୌରୀ ଶଙ୍କର ଦାଶଙ୍କୁ ନିଲମ୍ବନ କରାଯାଇଛି। ଯୁଯୁମରା ରେଞ୍ଜରେ ୩ ମାସ ମଧ୍ୟରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା।
ସେହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ରିପୋର୍ଟରେ ଉଲ୍ଲେଖ ରହିଛି କେଉଁଠି ହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛି ତ ଆଉ କେଉଁଠି ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଛି। ତେବେ ଜଙ୍ଗଲରେ ସଠିକ୍ ପାଟ୍ରୋଲିଂ ନହେବାରୁ ହାତୀ ମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।