ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର (କେନ୍‌୍ୟୁଜ୍‌) :  ଆଜି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଲକ୍ଷ୍ମୀସାଗର ତଳସାହିରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ  ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀ ଘରମାଲିକ ଓ ଗ୍ରାବାସୀଙ୍କ କହିବା ଅନୁସାରେ ଆଜି ସକାଳ ସମୟରେ କିଛି ଲୋକ ଗୋଟିଏ କାରର ପଛ ଡିକି  ଭିତରେ ଜଣେ ଯୁବତୀଙ୍କୁ କପଡ଼ାରେ ଗୁଡ଼ାଇ ନେଇଯାଉଥିବା ଦେଖିଥିଲେ।

ଯେଉଁ ଲୋକମାନେ କାରରେ ସେ ଯୁବତୀଙ୍କୁ ନେଇଥିଲେ ସେମାନେ ପୁନର୍ବାର ଆସି ଘରୁ ସବୁ ଜିନିଷପତ୍ର ଧରି ଚାଲିଯିବାକୁ ବସିଥିଲେ। ଏହି ସମୟରେ ଲକ୍ଷ୍ମୀସାଗର ଗାଁ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଖବର ନେଇଥିଲେ। ପରେ ପୋଲିସ୍ କ୍ୟାପିଟାଲ ହସ୍ପିଟାଲରୁ ଶବକୁ ଜବତ କଲାପରେ ,ପରିବାର ଲୋକେ ଆସି ଲକ୍ଷ୍ମୀସାଗର ଥାନାରେ ରିପୋର୍ଟ କରିଥିଲେ।

sucide

ସେହି ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।  ପୋଲିସ୍ ଶବ ବ୍ୟବଚ୍ଛେଦ କରାଇ ଲୋକଙ୍କୁ ହସ୍ତାନ୍ତର କରିଛି । କିନ୍ତୁ ପୋଲିସ ସୂଚନା ଦେଇଛନ୍ତି କି ମୃତ ଯୁବତୀଙ୍କ ଘର ଯାଜପୁର କଙ୍କକରଦା  ।  ଯୁବତୀଙ୍କ ନାମ ହିମଦ୍ରୀ ତନୟା ଜେନା, ବାପା ତ୍ରିଲୋଚନ ଜେନା । ମୃତ ଯୁବତୀ ବଡ଼ ଭଉଣୀଙ୍କ ପାଖରେ କିଛି ଦିନ ହେବ ରହି ଆସୁଥିଲେ  ।

ଘରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସେ ଦେଢ଼ ମାସ ହେବ ଲକ୍ଷ୍ମୀସାଗର ତଳସାହିରେ ଭଡ଼ାରେ ରହୁଥିଲେ । କିନ୍ତୁ ଆଜି ସେ ଫ୍ୟାନ୍‌ରେ ଓନି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲେ । କିଛି ଲୋକ ଆସି ଯୁବତୀଙ୍କୁ ବାହାର କରି ମେଡିକାଲ୍ ନେଇଥିଲେ। ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ। (ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେନିୟୁଜ୍ଓଡ଼ିଶା।)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.