ଅପ୍ରେଲ ୧ରୁ ବ୍ୟାଙ୍କ ବ୍ୟବସ୍ଥାରେ ହେବ ପରିବର୍ତ୍ତନ, ଲାଗୁ ହେବ ନୂଆ ଚେକ୍‌ ବୁକ, ପାସ୍‌ ବୁକ ଓ ଆଇଏଫ୍‌ଏସ୍‌ସି କୋଡ୍‌

ଅତିଶୀଘ୍ର ବ୍ୟାଙ୍କର ପୁରୁଣା ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାକି ୧ ଅପ୍ରେଲ ୨୦୨୧ରେ ଲାଗୁ କରାଯିବ। ଏହି ନିୟମ ଅନୁସାରେ ଯଦି ଆପଣଙ୍କ ପାଖରେ ପୁରୁଣା ଚେକ୍‌ ବୁକ, ପାସ୍‌ ବୁକ ଓ ଇଣ୍ଡିଆନ ଫାଇନାସିଆଲ ସର୍ଭିସ କୋଡ୍‌ ବା ଆଇଏଫ୍‌ଏସ୍‌ସି କୋଡ୍‌ ରହିଛି, ତେବେ ତାହା ଆପଣଙ୍କର କୌଣସି କାମରେ ଆସିବ ନାହିଁ। ଏହା ସଂପୂର୍ଣ୍ଣ ରୂପେ ଅବୈଧ ହୋଇଯିବ ।

ଏହିସବୁ ଦସ୍ତାବିଜ ଯେଉଁସବୁ ବ୍ୟାଙ୍କରେ ଅବୈଧ ହେବ , ସେସବୁ ବ୍ୟାଙ୍କର ନାମ ହେଉଛି :
– ଡେନା ବ୍ୟାଙ୍କ
– କର୍ପୋରେଶନ ବ୍ୟାଙ୍କ
– ବିଜୟା ବ୍ୟାଙ୍କ
– ଓରିଏଣ୍ଟଲ ବ୍ୟାଙ୍କ ଅଫ୍‌ କମର୍ସ
– ଆନ୍ଧ୍ରା ବ୍ୟାଙ୍କ
– ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
– ଆହ୍ଲାବାଦ ବ୍ୟାଙ୍କ
ଏହି ସବୁ ବ୍ୟାଙ୍କକୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରାଯାଇଥିଲା। କେନ୍ଦ୍ର ସରକାର ଅନେକ ଛୋଟ ବ୍ୟାଙ୍କକୁ ବଡ ବ୍ୟାଙ୍କ ସହ ମିଶ୍ରଣ କରିଛନ୍ତି। ତେଣୁ ମିିଶ୍ରଣ ହୋଇଥିବା ଏହି ବ୍ୟାଙ୍କର ଚେକ୍‌ ବୁକ, ପାସ୍‌ ବୁକ ଓ ଆଇଏଫ୍‌ଏସ୍‌ସି କୋଡ୍‌ ପରିବର୍ତ୍ତନ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ବ୍ୟାଙ୍କର ଗ୍ରାହକମାନେ ୧ ଅପ୍ରେଲ ୨୦୨୧ରୁ ବ୍ୟାଙ୍କରୁ ନୂଆ ଚେକ୍‌ ବୁକ ନେବେ।

ifsc

କହିରଖିବାକୁ ଚାହୁଁଛୁ ଯେ ୧ ଅପ୍ରେଲ ୨୦୨୧ରୁ ଡେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦାରେ ମିଶ୍ରଣ କରାଯାଇଛି। ଏହା ବ୍ୟତୀତ ଓରିଏଣ୍ଟଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ମିଶ୍ରଣ କରିଦିଆଯାଇଛି। ତା’ସହ ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କରେ ମିଶ୍ରଣ କରାଯାଇଛି।

ସିଣ୍ଡିକେଟ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ସିଣ୍ଡିକେଟ ବ୍ୟାଙ୍କର ଚେକ୍‌ ବୁକର ଅବଧି ୩୦ଜୁନ ୨୦୨୧ ପର୍ଯ୍ୟନ୍ତ ରହିଛି। ଏହାସହ ଅନ୍ୟ ଯେଉଁ ସବୁ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି , ସେ ସବୁର ଅବଧି ୩୧ମାର୍ଚ୍ଚ ପରେ ସରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.