କେନ୍ଦୁଝର: ରାସ୍ତାରେ ଚାଲିଚାଲି ଟ୍ୟୁସନ ଯାଉଥିବା ସମୟରେ ମାଡିଗଲା ଟ୍ରକ୍, ଘଟଣା ସ୍ଥଳରେ ଚାଲିଗଲା ୧ମ ଣ୍ରେଣୀ ଛାତ୍ର ଜୀବନ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଜାତୀୟ ରାଜପଥ ଆନ୍ତର୍ଗତ ରାଚନ୍ଦ୍ରପୁର ଥାନ ନୁଆଗାଁ ଛକ ନିକଟରେ ଟ୍ରଲର ମାଡିଯାଇ ଜଣେ ପ୍ରଥମଶ୍ରେଣୀ ଛାତ୍ର ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ରାସ୍ତାର ଉଭୟ ପାର୍ଶ୍ବରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହସହ ଗାଡି ଅଟକି ରହିଛି।ଆଜି ଭାରତ ବନ୍ଦ ସମୟରେ ରାସ୍ତାରେ ଭାରିଜାନ କିଭଳି ଚଳାଚଳ କରୁଥିଲା ତାକୁ ନେଇ ପୋଲିସ୍ ପ୍ରଶାସନ କୁ ଦାୟି କରିଛନ୍ତି ସ୍ଥାନିୟ ଲୋକେ ।ଏଥିସହ ଦିର୍ଘ ଦିନର ଦାବି ପରେ ମଧ୍ୟ ନୂଆଗାଁ ଛକଠାରେ ଓଭର ବ୍ରିଜ୍ ନିର୍ମାଣ ହୋଇନଥିବାରୁ ନିୟମିତ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି  ।

ନୂଆଗାଁର ପ୍ରଭାତ ରଂଜନ ସାଙ୍କ ପ୍ରଥମ ଶ୍ରେଣୀ ରେ ପଢ଼ୁଥିବା ପୁଅ ଗୁଡୁଲୁ ଘରଠାରୁ ମାତ୍ର ୧୦୦ ମିଟର ଦୂର ଟ୍ୟୁସନ ଯାଉଥିବା ସମୟରେ କେନ୍ଦୁଝର ପଟୁ ଆସୁଥିବା ଏକ ଟ୍ରଲର ତା’ଉପରେ ମାଡି ଯାଇଥିଲା । ଦୁର୍ଘଟଣା ପରେ ଟ୍ରଲରଟି ଦୃତଗତିରେ ପଳାଇବାକୁ ଉଦ୍ୟମ କରି କିଛିବାଟ ପରେ ଗାଡି ଅଟକାଇ ଡ୍ରାଇଭର ଦୈଡ଼ି ପଳାଉଥିବା ସମୟରେ  ଲୋକେ କାବୁକରି ତାକୁ ପେଲିସ୍ ଜିମା ଦେଇଛନ୍ତି । ରାମଚନ୍ଦ୍ରପୁର ପୋଲିସ୍ ଘଟସ୍ଥଳରେ  ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.