ପ୍ରଶଂସକଙ୍କ ୫ ମାସ ଝିଅର ନାମକରଣ କଲେ ସୋନୁ ସୁଦ, ଅଭିନେତାଙ୍କ ସ୍ନେହ ଦେଖି ପରିବାର ହେଲେ ଇମୋସନାଲ୍‌

ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ବହୁତ ନାମ ରହିଛି । କରୋନା ସମୟରେ ହେଉ ବା ଅନ୍ୟ କୌଣସି ଅସୁବିଧାରେ । ସୋନୁ ସୁଦଙ୍କ ପ୍ରଶଂସାର ଶତମୁଖରେ ତାଙ୍କର ପ୍ରଶଂସକ । ନିକଟରେ ଏପରି ଏକ ଘଟଣା ଘଟିଛି ଯେ ଜଣେ ପ୍ରଶଂସକଙ୍କର ଝିଅର ଜନ୍ମ ଦିନରେ ଯୋଗ ଦେବା ପାଇଁ ସୋନୁ ସୁଦ ୨୦୦ କିଲୋମିଟର ଯାତ୍ରା ଅତିକ୍ରମ କରି ହାଇଦ୍ରାବାଦରେ ପହଞ୍ଚିଥିଲେ । ଜଣେ ପ୍ରଶଂସକଙ୍କର ୫ ମାସର ଝିଅର ନାମକରଣ ମଧ୍ୟ କରିଥିଲେ । ନିଜ ଝିଅର ନାମକରଣ କରିବାକୁ ପ୍ରଶଂସକ ସୋନୁ ସୁଦଙ୍କୁ ଅନୁରୋଧ କରିଥିଲେ ।

sonu soo
photo credit: bollywoodtadaka.in

ବାସ୍ତବରେ ସୋନୁ ସୁଦ୍‌ ଏହି ସମୟରେ ଚିରଞ୍ଜିବୀଙ୍କ ସହ କୋରାଟାଲା ଶିବାରେ ଆଚାର୍ଯ୍ୟ ଫିଲ୍ମ ସୁଟିଂ କରୁଥିଲେ । ଏହି ସମୟରେ ନାଗାର୍ଜୁନ ନାମକ ତାଙ୍କର ଜଣେ ପ୍ରଶଂସକ ପତ୍ନୀ ଓ ଦୁଇ ଝିଅଙ୍କ ସହ ସୋନୁ ସୁଦଙ୍କୁ ଭେଟିବାକୁ ଆସିଥିଲେ । ପତି-ପତ୍ନୀ ଦୁହେଁ ନିଜ ୫ ମାସର ଝିଅର ନାମକରଣ କରିବାକୁ ସୋନୁ ସୁଦଙ୍କୁ ଅନୁରୋଧ କରିଥିଲେ । ପ୍ରଶଂସକଙ୍କ ଅନୁରୋଧରେ ସୋନୁ ସୁଦ ଭାବୁକ ହୋଇଯାଇଥିଲେ । ପତି-ପତ୍ନୀଙ୍କ ଅନୁରୋଧ ରକ୍ଷା କରି ସୋନୁ ପହଞ୍ଚି ଯାଇଥିଲେ ତାଙ୍କ ଘରେ ଓ ଝିଅର ନାମ ରଖିଥିଲେ ସୋନାଲି ।

sonu sood.JPG
photo credit: bollywoodtadka.in

ମଜା କଥା ହେଉଛି ସୋନୁ ସୁଦଙ୍କ ପତ୍ନୀଙ୍କ ନାମ ସୋନାଲି । ସୋନୁ ସୁଦ୍‌ ଦମ୍ପତିଙ୍କୁ ପଚାରିଥିଲେ ଯେ ସେ ତାଙ୍କ ଝିଅର ନାମ ତାଙ୍କ ପତ୍ନୀଙ୍କ ନାମ ରଖିପାରିବେ କି । ଏଥିରେ ଦମ୍ପତି ଖୁବ୍‌ ଖୁସି ହୋଇଯାଇଥିଲେ ଓ ସୋନୁ ଝିଅର ନାମ ରଖିଥିଲେ ସୋନାଲି । ବଲିଉଡର ଏକମାତ୍ର ଅଭିନେତା ସୋନୁ ସୁଦ ଯାହାଙ୍କ ପାଇଁ ପ୍ରଶଂସକଙ୍କ ଭଲ ପାଇବା ନିଆରା । ତେଲେଙ୍ଗାନାରେ ସୋନୁଙ୍କ ନାମରେ ଏକ ମନ୍ଦିର ତିଆରି କରାଯାଇଛି । କେତେକ ପ୍ରଶଂସକ ସୋନୁଙ୍କ ନାମରେ ନିଜର ଦୋକାନ ନାମ ମଧ୍ୟ ରଖିଛନ୍ତି । ଏୟାରଲାଇନ ନିଜର ଏକ ବିମାନରେ ସୋନୁଙ୍କ ଫଟୋ ଲଗାଇଥିବାର ଦେଖାଯାଏ । ସୋନୁ ସୁଦଙ୍କର ସାଧାରଣ ଲୋକଙ୍କ ପ୍ରତି ତାଙ୍କର ଭଲ ପାଇବା ଓ ସହାୟତା ତାଙ୍କୁ ଜଣେ ନିଆରା ମଣିଷ ଭାବେ ପରିଚୟ ପ୍ରଦାନ କରିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.