ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି, ଆସୁଛି ଆହୁରି ୧୦ ରାଫେଲ୍
ଭାରତୀୟ ବାୟୁସେନାର ଶକ୍ତି ଆଗାମୀ ଦିନରେ ଆହୁରି ବଢ଼ିବ। ଆଗାମୀ ୩୦ ଦିନରେ ସେନାକୁ ଆହୁରି ୧୦ ରାଫେଲ ଲଢ଼େଇ ବିମାନ ମିଳିଯିବ। ୩ ବିମାନ ୩୦-୩୧ ମାର୍ଚ୍ଚ ସୁଦ୍ଧା ଆସିଯିବ। ବାକି ୭ ବିମାନ ୭ କିମ୍ବା ୮ ଏପ୍ରିଲ ସୁଦ୍ଧା ଭାରତ ପହଞ୍ଚିବ। ଏଗୁଡ଼ିକୁ ମିଶାଇ ଭାରତୀୟ ବାୟୁସେନା ବିମାନ ସଂଖ୍ୟା ବଢ଼ି ୨୧ ହେବ। ବର୍ତ୍ତମାନ ୧୧ ରାଫେଲ ସାମିଲ ଅଛି।
ସୂଚନା ମୁତାବକ, ଏଥିମଧ୍ୟରୁ କିଛି ରାଫେଲ ବିମାନକୁ ନେଇ ନୂଆ ସ୍କ୍ଵାଡ୍ରନ୍ ବନାଯିବ ଏବଂ ଏହାକୁ ପଶ୍ଚିମବଙ୍ଗର ହାଶୀମାରା ପାଇଁ ଉଡ଼ାଣ ଭରାଯିବ। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କିଛିଦିନ ଭିତରେ ହିଁ ରାଫେଲ ବିମାନକୁ କାର୍ଯ୍ୟକାରୀ କରାଯିବ।
ଭାରତୀୟ ବାୟୁସେନା ପାଖରେ ମହଜୁଦ୍ ଥିବା ୧୧ ରାଫେଲ ବିମାନ ଅମ୍ବାଲାରେ ୧୭ ସ୍କ୍ଵାଡ୍ରନ ସହିତ ଉଡ଼ାଣ ଭରୁଛନ୍ତି। ଏହି ବିମାନଗୁଡ଼ିକୁ ଚୀନ ସହିତ ବିବାଦ ସମୟରେ ପୂର୍ବ ଲଦାଖ ଏବଂ ଅନ୍ୟ ଅଞ୍ଚଳକୁ ଗସ୍ତ ପାଇଁ ବି ମୁତୟନ କରାଯାଇଥିଲା। ତେବେ ଫ୍ରାନ୍ସରୁ ଆସୁଥିବା ରାଫେଲ ବିମାନକୁ ପ୍ରଥମେ ଅମ୍ବାଲାରେ ହିଁ ମୁତୟନ କରାଯିବ। ପରେ ହାଶୀମାରା ପଠାଯିବ, ଯେଉଁଠି ଦ୍ୱିତୀୟ ସ୍କ୍ଵାଡ୍ରନ୍ର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।