ଭବନୀପାଟଣାର ଏକ ଘରୋଇ କଲେଜ ହଷ୍ଟେଲର ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍

କଳାହାଣ୍ଡି(କେନ୍ୟୁଜ୍): ଭବନୀପାଟଣାର ଏକ ଘରୋଇ କଲେଜ ହଷ୍ଟେଲର ୩୨ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଗତି ଇଞ୍ଜିନିୟରିଂ କଲେଜ ହଷ୍ଟେଲର ଛାତ୍ରଛାତ୍ରୀ ଆଜି ଆଣ୍ଟିଜେନ ଟେଷ୍ଟ କରିଥିଲେ।

ସେମାନଙ୍କ ମଧ୍ୟରୁ ୩୨ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛନ୍ତି । ୩୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ କଲେଜରେ କୋଭିଡ଼ ଟେଷ୍ଟିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସିଡିଏମଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.