୪୦ଡିଗ୍ରୀ ଉପରେ ରାଜ୍ଯର ୧୬ଟି ଜିଲ୍ଲାର ପାରଦ: ବିଶ୍ୱର ସବୁଠୁ ତତଲା ସହର ପାଲଟିଲା ବାରିପଦା

ବାରିପଦା: ସବୁଠୁ ଉତ୍ତପ୍ତ ସହର ବାରିପଦା। ବିଶ୍ୱର ଅନେକ ଘରୋଇ ପାଣିପାଗ ସଂସ୍ଥାର ତଥ୍ୟ ଅନୁସାରେ ମଙ୍ଗଳବାର ବାରିପଦା ୪୪.୬ ଡିଗ୍ରୀ ସହ ବିଶ୍ୱର ସବୁଠୁ ତତଲା ସହର ପାଲଟିଥିଲା। ଯାହାକି ଏବର୍ଷର ସବୁଠୁ ଅଧିକ ତାପମାତ୍ରା । ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ ହୋଇଛି। ସେହିପରି ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨, ଟିଟିଲାଗଡ଼ରେ ୪୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଦିନର ସର୍ବୋଚ୍ଚ ତାପାମାତ୍ରାରେ ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଜିଠୁ ୩ଦିନ ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା-ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକ। ତାତି ସହ ଝାଞ୍ଜିରେ ସିଝୁଛି ରାଜ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.