ଡ୍ରଗ କେସରେ ଅଭିନେତା ଏଜାଜ ଖାନଙ୍କୁ ଗିରଫ କଲା NCB, ଫାରୁଖ ବଟାଟାଙ୍କୁ ୮ ଘଣ୍ଟାର ପଚରାଉଚରା

ଡ୍ରଗ୍ସ ମାମଲାରେ ଏନସିବି ହାବୁଡରେ ଫସିଛନ୍ତି ଆଉ ଜଣେ ଅଭିନେତା। ବିଳମ୍ବିତ ରାତିରେ ଏନସିବି ବଲିଉଡ ଅଭିନେତା ଏଜାଜ ଖାନଙ୍କୁ ଗିରଫ କରିଛି । ଡ୍ରଗ୍ସ ଲଡ୍ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ସହ ମିଶି ଏଜାଜ କାମ କରୁଛନ୍ତି ଓ ସିଣ୍ଡିକେଟରେ ସାମିଲ ଅଛନ୍ତି ବୋଲି ଏନସିବି ସନ୍ଦେହ କରୁଛି। ତେବେ ଏଜାଜଙ୍କୁ ଗତକାଲି ରାତିରେ ୨ ଘଣ୍ଟାର ପଚରାଉଚୁରା ପରେ ଏନସିବି ତାଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ଏନସିବି ଡ୍ରଗ୍ସ ଲଡ୍ ଫାରୁଖ ବଟାଟାକୁ ପ୍ରାୟ ୮ ଘଣ୍ଟାର ପଚରାଉଚୁରା କରିବା ପରେ ଯିବାକୁ ଦେଇଥିଲା। ଫାରୁଖର ପୁଅ ଶାଦାବକୁ ଗତ ସପ୍ତାହରେ ଏନସିବି ରେଡ୍ କରିବା ସମୟରେ ଗିରଫ କରିଥିଲା। ଶାଦାବ ନିକଟରୁ ୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ଶାଦାବକୁ ପଚରାଉଚୁରା ବେଳେ ବହୁ ସେଲିବ୍ରେଟିଙ୍କ ନାମ ସାମ୍ନାକୁ ଆସିଥିଲା।

ଏଜାଜ ଖାନ ମଙ୍ଗଳବାର ଦିନ ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଏନସିବି ତାଙ୍କୁ ନୋଟିସ ପଠାଇ ଗିରଫ କରିଛି। ତେବେ ଏନସିବି ଏଜାଜଙ୍କୁ ନେଇ ଅନ୍ଧେରୀ ଓ ଲୋଖଣ୍ଡୱାଲାରେ ବହୁ ସ୍ଥାନରେ ରେଡ କରିଛି। ତେବେ ଏହି ରେଡ ସମୟରେ ଡ୍ରଗ୍ସ ଜବତ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ମୁମ୍ବାଇରେ ଏମଡିଏମଏ ଛଡା ବିଦେଶରୁ ଆସୁଥିବା ଡ୍ରଗ ଯେମିତି ଏଲଏସଡି, ଗଂଜେଇ, କୋକିନର ସବୁଠାରୁ ବଡ ସପ୍ଲାଏର ଫାରୁଖ ବଟାଟା। ହାଇ ପ୍ରୋଫାଇଲ ଲୋକଙ୍କ ପିଲାଙ୍କ ସହିତ ଫାରୁଖର ଭଲ ସମ୍ପର୍କ ରହିଛି। ମୁମ୍ବାଇରେ ହେଉଥିବା ବଡ ଡ୍ରଗ୍ସ ପାର୍ଟିକୁ ଫାରୁଖ ବଟାଟା ହିଁ ଡ୍ରଗ୍ସ ସପ୍ଲାଏ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.