ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ବ, ଶ୍ରେୟସ ସ୍ଥାନରେ ହେଲେ ଦିଲ୍ଲୀ କ୍ଯାପିଟାଲ୍ସର ଅଧିନାୟକ

ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ପନ୍ତ। ତେଣୁ ଏବେ ତାଙ୍କ କାନ୍ଧରେ ଗୁରୁ ଦାୟିତ୍ବ। ୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ହେଲେ ଋଷଭ ପନ୍ତ। ଶ୍ରେୟସ୍ ଆୟର ଆହତ ହୋଇ ଚଳିତ ଆଇପିଏଲ ସିଜିନରୁ ବାଦ୍ ପଡ଼ିଥିବାରୁ ଋଷଭଙ୍କୁ ଚଳିତ ଆଇପିଏଲ ସିଜିନ ପାଇଁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ।

ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ଅଧିନାୟକ ପାଇଁ ଅନେକ ଷ୍ଟାର ଖେଳାଳି ମଧ୍ୟ ଥିଲେ। ଏଥିରେ ଅଫ ସ୍ପିନର ଆର ଅଶ୍ଵିନ, ଆଜିଙ୍କ୍ୟ ରାହାଣେ, ଶିଖର ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥଙ୍କ ପରି ଖେଳାଳି ଥିଲେ। ଦିଲ୍ଲୀ କ୍ଯାପିଟାଲ୍ସର ଚେୟାରମ୍ଯାନ ଏବଂ ସହ ମାଲିକ କିରନ କୁମାର ଗାନ୍ଧୀ ବିଜ୍ଞପ୍ତିରେ କହିଛନ୍ତି।

ସୂଚନାଯୋଗ୍ଯ, ଶ୍ରେୟସ ଆୟର କାନ୍ଧରେ ଆହତ ଲାଗିବା ଯୋଗୁଁ ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ଖେଳିପାରିନଥିଲେ। ତା’ ଛଡା ଆଇପିଏଲରୁ ମଧ୍ୟ ବାଦ୍ ପଡିଛନ୍ତି। ସୋସିଆଲ ମିଡିଆରେ ଫ୍ଯାନ ତାଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.