ଏପ୍ରିଲ ୧ରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ, ଜାଣନ୍ତୁ କେଉଁଥିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ପହିଲାରୁ ନୂଆ ନିୟମ । ଏପ୍ରିଲ ୧ରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ । ପିଏଫ, ଆୟକରଠାରୁ ଆରମ୍ଭ କରି ବିମା ପେନସନ୍‌ ସମ୍ପନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ । ଏହାଛଡା ପହିଲାରୁ ଦୁଗଧ ଠାରୁ ଆରମ୍ଭ କରି ବିଦ୍ୟୁତ୍‌, କାର, ବାଇକ୍‌, ରେଫ୍ରିଜରେଟର ଓ ଏସି ମହଙ୍ଗା ହେବ । ପିଏଫ କର୍ମଚାରୀଙ୍କ ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଯୋଗଦାନ ଉପରେ ହେଉଥିବା ସୁଧ ଆୟ ଉପରେ ଟିକସ ଦେବାକୁ ହେବ । ଗତ ସାଧାରଣ ବଜେଟରେ କେନ୍ଦ୍ର ସରକାର ଏହି ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏ ପର୍ଯ୍ୟନ୍ତ ପିଏଫରୁ ମିଳୁଥିବା ସୁଧ ଟିକସ ପରିସର ବାହାରେ ରହିଥିଲା । ଉଚ୍ଚ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ସେହିଭଳି ସରଳ ପେନସନ ଯୋଜନା ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଅଧିନରେ ମାଚ୍ୟୁରିଟି ଲାଭ ମିଳିବ ନାହିଁ । କ୍ରୟ ମୂଲ୍ୟର ୧୦୦ପ୍ରତିଶତ ଫେରସ୍ତ କରିବାର ଏକ ବିକଳ୍ପ ରହିବ । ୭୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଏଣିକି ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । କରୋନା କାରଣରୁ ଗତ ଥର କର୍ମଚାରୀମାନେ ଏଲଟିସିର ଲାଭ ଉଠାଇ ପାରି ନ ଥିଲେ । ଏବେ ସରକାର ସେମାନଙ୍କୁ ନଗଦ ଦେୟ ଦେବେ । ଯାହା ଟ୍ୟାକ୍ସ ଅଧିନକୁ ଆସିବ ନାହିଁ । ମହଙ୍ଗା ହେବ ବିମାନ ଯାତ୍ରା । ଘରୋଇ ଉଡାଣ କ୍ଷେତ୍ରରେ ୫ ପ୍ରତିଶତ ବୃଦ୍ଧି କରାଯିବ । ବିମାନ ଟିକଟରେ ବିମାନବନ୍ଦର ସୁରକ୍ଷା ଦେୟ ବୃଦ୍ଧି କରାଯାଇଛି । ଏସି ଓ ରେଫ୍ରିଜରେଟର ଦର ୧୫୦୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.