ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏସି କୋଚ୍ ଟ୍ରେନରୁ କାଟି ନେଲେ କେବୁଲ । କେବୁଲ ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ରେଳ ସୁରକ୍ଷା ପୋଲିସ ।
ଶାନ୍ତିନଗର ବସ୍ତିରୁ ଚୋରା କେବୁଲ ଜବତ କଲା ରେଳ ସୁରକ୍ଷା ପୋଲିସ୍ । ଦୁଇ ଜଣ ଅଭିଯୁକ୍ତ ହେଲେ ଅଲ୍ଲୀ ହୁସେନ ଏବଂ ଗୋପୀନାଥ ସାହୁ ।ଏହି ଦୁଇ ଅଭିଯୁକ୍ତ ଅନେକ ଦିନ ହେବ ଏହିଭଳି ଟ୍ରେନରୁ କେବୁଲ ଚୋରି କରୁଥିଲେ । ଶେଷରେ ଏମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।