ଅପ୍ରେଲ ୧ରୁ ମହଙ୍ଗା ହେବ ଏହି ସବୁ ଆବଶ୍ୟକୀୟ ସାମଗ୍ରୀ, ଯାହା ଆପଣଙ୍କ ପର୍ସକୁ କରିଦେବ ଖାଲି

ଅପ୍ରେଲ ୧ରୁ ଆପଣଙ୍କ ଜୀବନରେ ମହଙ୍ଗା ଛୁଙ୍କ ଲାଗିବାକୁ ଯାଉଛି। କ୍ଷୀର, ବିଜୁଳି ଓ ଯାନବାହନ ସବୁକିଛି ମହଙ୍ଗା ହେବାକୁ ଯାଉଛି। ଯାହା ସିଧାସଳଖ ଭାବେ ମଧ୍ୟବିତ୍ତ ଲୋକଙ୍କ ଉପରେ ପ୍ରଭାବ ପକାଇବ। କରୋନା କାଳ ସବୁ ବ୍ୟବସ୍ଥାକୁ ଗ୍ରାସ କରିଥିବା ବେଳେ ଏବେ କମ୍ପାନୀମାନେ ମଧ୍ୟ ନିଜ ହାତ ଉପରକୁ ଟେକିଦେଇଛନ୍ତି। ଗ୍ରାହକମାନଙ୍କ ଉପରେ ଏବେ ଏହି ମହଙ୍ଗା ମାଡ ବାଜିବ। ଆମେ ଆଜି ଆପଣଙ୍କୁ କହିବୁ କେଉଁ କେଉଁ ଜିନିଷର ଦର ଆପଣଙ୍କ ପର୍ସକୁ ଖାଲି କରିବ।

୧.କାର୍‌ ଓ ବାଇକ :

ମାରୁତି, ନିସାନ ଭଳି କମ୍ପାନୀ ନିଜ କାର୍‌ ର ଦାମ୍‌ ବଢ଼ାଇବା ପାଇଁ ନିଷ୍ପତ୍ତିି ନେଇଛନ୍ତି। ୧ ଅପ୍ରେଲରୁ ଏହି କମ୍ପାନୀର କାର୍‌ ମହଙ୍ଗା ହେବାକୁ ଯାଉଛି। କିନ୍ତୁ ଏହା ବିଷୟରେ ଅଟୋ କମ୍ପାନୀ ତରଫରୁ କୌଣସି ସୂଚନା ମିଳିନାହିଁ। କେବଳ କାର୍‌ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

୨.AC, ଫ୍ରିଜ :

ଏବର୍ଷ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଯଦି ଆପଣ AC ଓ ଫ୍ରିଜ କିଣିବାକୁ ଚାହୁଁଛନ୍ତି ତେବେ ମହଙ୍ଗା ମାଡଠୁ ଆପଣ ମଧ୍ୟ ବଞ୍ଚିବେନି। ଅପ୍ରେଲ୧ ରୁ ଏହାର ଦାମ୍‌ ବଢ଼ିବାକୁ ଯାଉଛି। AC କମ୍ପାନୀ ଏହାର ଦାମ୍‌ ୪-୬ % ବଢ଼ିବାର ସମ୍ଭାବନା ରହିଛି। ଅର୍ଥାତ ପ୍ରତି ୟୁୁନିଟ ପିଛା ଦାମ୍‌ ୧୫୦୦ରୁ ୨୦୦୦ଟଙ୍କା ବଢ଼ିବ।

୩.ଟିଭି :

ଆସନ୍ତା୧ ରୁ ଟିଭିର ଦାମ୍‌ ବଢ଼ିବ। ଗତ ୮ମାସ ମଧ୍ୟରେ ଟିଭିର ଦାମ୍‌ ୩ ରୁ ୪ ହଜାର ଟଙ୍କା ବଢ଼ିଛି। ଟିଭି ମାନ୍ୟୁଫେକ୍ଚର୍ସ ଟିଭିକୁ PLI ସ୍କିମରେ ଆଣିବାକୁ ଡିମାଣ୍ଡ ରଖିଛି। ତେବେ ଏହାର ଦାମ୍‌ ୨ ରୁ ୩ ହଜାର ବଢ଼ିବାର ସମ୍ଭାବନା ରହିଛି।

୪.ବିମାନ ଯାତ୍ରା:

ବିମାନ ଯାତ୍ରାର ସଉକ ରଖୁଥିଲେ ଏବେ ଆପଣଙ୍କୁ ଏଥିପାଇଁ ପର୍ସ ଢ଼ିଲା କରିବାକୁ ପଡିବ । ସରକାର ଘରୋଇ ବିମାନ ଯାତ୍ରା ପାଇଁ ସର୍ବନିମ୍ନ ସ୍ତରରେ ୫% ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧ ଅପ୍ରେଲରୁ ଆଭିଏସନ ସିକ୍ୟୁରିଟି ଫିସ ୨୦୦ ଟଙ୍କା ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।

୫. କ୍ଷୀର:

କ୍ଷୀର ବେପାରୀ ଏଥର କ୍ଷୀର ଦାମ୍‌ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଦାମ ୩ଟଙ୍କା ବଢ଼ି ପ୍ରତି ପ୍ୟାକେଟର ଦାମ୍‌ ୪୯ ଟଙ୍କା ରଖାଯିବ। ୧ ଅପ୍ରେଲରୁ ୪୯ ଟଙ୍କା ପ୍ରତି ଲିଟର କ୍ଷୀର ମିଳିବ। ଏହାସହ ଘିଅ, ପନୀର ଓ ଦହୀ ଆଦି କ୍ଷୀର ତିଆରି ଜିନିଷର ଦାମ୍‌ ମଧ୍ୟ ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.