୧୯୮୭ ମସିହାର ଓ୍ଵାସିମ୍ ଆକ୍ରମଙ୍କ ଅଣ୍ଡରୱେୟାର ପିନ୍ଧା ଫଟୋ ଭାଇରାଲ, ଫଟୋ ଦେଖି ପତ୍ନୀ କହିଲେ, ‘ଏହା କ’ଣ ନର୍ମାଲ?’
ପାକିସ୍ତାନ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପଟେନ ଓ୍ଵାସିମ୍ ଆକ୍ରମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋ ୧୯୮୭ ମସିହାର, ଯେତେବେଳେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସିଥିଲା। ଫଟୋରେ ଆକ୍ରମ ହୋଲି ପାଳିଥିବାର ଦେଖାଯାଉଛନ୍ତି। ଏହି ଫଟୋକୁ ସ୍ପୋର୍ଟସ୍ ପ୍ରେଜେଣ୍ଟର ଗୌତମ ଭିମାନୀ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।
ଗୌତମ ଲେଖିଛନ୍ତି, ‘ମୋ ପସନ୍ଦର କ୍ରିକେଟିଂ ହୋଲିର ସ୍ମୃତି। ଭାରତ ଓ ପାକିସ୍ତାନ ଟିମ ପୁଲ୍ରେ ହୋଲି ଖେଳିଥିଲା’। ଏହି ଫଟୋକୁ ଲୋକେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। କିନ୍ତୁ ଆକ୍ରମଙ୍କ ପତ୍ନୀ ଶନାୟରା ନିଜ ସ୍ୱାମୀଙ୍କୁ ହିଁ ଟ୍ରୋଲ କରିଛନ୍ତି। ଗୌତମ ଭିମାନୀଙ୍କ ସହିତ ଛିଡ଼ା ହୋଇଥିବା ଓ୍ଵାସିମ୍ ଆକ୍ରମ କେବଳ ଅଣ୍ଡରେଓ୍ଵୟାର ପିନ୍ଧିଥିବାର ନଜର ଆସୁଛନ୍ତି। ତାଙ୍କ ମୁହଁରେ ରଙ୍ଗ ଲାଗିଥିବା ଦେଖାଯାଉଛି।
ଓ୍ଵାସିମ୍ ଫଟୋକୁ ରିଟ୍ଵିଟ୍ କରି ‘ହାପି ହୋଲି’ ବୋଲି ଲେଖିଛନ୍ତି। ସେହିପରି ପତ୍ନୀ ଶନାୟରା ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ଆଜି ମୁଁ ଯେତେବେଳେ ଟ୍ଵିଟର ଖୋଲିଲି, ତ ମୁଁ ମୋ ସ୍ୱାମୀଙ୍କ ଅଣ୍ଡରେଓ୍ଵୟାର ପିନ୍ଧା ଏକ ଫଟୋ ଦେଖିଲି। କ’ଣ ଏହା ନର୍ମାଲ?’ ଏହା ଉପରେ ଉତ୍ତର ରଖି ଓ୍ଵାସିମ୍ ଲେଖିଛନ୍ତି, ‘ଏହା ନର୍ମାଲ। ଆପଣ ଜାଣିବା ପାଇଁ କହୁଛି କି, ଏହା ଶର୍ଟସ୍ ଥିଲା। ଅଣ୍ଡରେଓ୍ଵୟାର ନୁହେଁ’।
My favourite cricketing #Holi memory! The Indian and Pakistani teams playing Holi in the pool of @TajWestEnd Also the first time I met @wasimakramlive #INDvsENG #indvpak #HappyHoli pic.twitter.com/waXU7DjrIO
— Gautam Bhimani (@gbhimani) March 28, 2021