କେନ୍ଦୁଝର ଜିଲ୍ଲାର ବିଭିନ୍ନ ରେଞ୍ଜ ଜଙ୍ଗଲରେ ନିଆଁ, ରାସ୍ତା ଉପରରେ ଜଙ୍ଗଲୀ ଜନ୍ତୁ

କେନ୍ଦୁଝର: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୟୁରଭଞ୍ଜ ସାତକୋଶିଆ ଜଙ୍ଗଲରୁ ଆରମ୍ଭ କରି ସାରା ରାଜ୍ୟର ଜଙ୍ଗଲରେ ନିଆଁ ଲାଗିଛି । ଏହି ନିଆଁ ଥମିବାରେ ନାଁ ଧରୁ ନାହିଁ । ରାଜ୍ୟର ଅନ୍ୟ ଜଙ୍ଗଲ ପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ରେଞ୍ଜ ଜଙ୍ଗଲରେ ନିଆଁ ଜଳୁଛି ।

ଗତ କିଛି ଦିନ ହେବ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲିଭିବାରେ ନାଁ ଧରୁ ନାହିଁ । ଦିନ ବେଳେ ବିଭିନ୍ନ ଜଙ୍ଗଲ ଗୁଡିକରେ ନିଆଁ ଲାଗି ରହିଥିବାରୁ ସବୁଠି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଏହି ନିଆଁ ଯୋଗୁଁ ଜଙ୍ଗଲୀ ଜନ୍ତୁ ରାସ୍ତା ଉପରକୁ ପଳେଇ ଆସୁଥିବା ଦେଖା ଦେଇଛି ।

ଏହି ନିଆଁ ନେଇ ରେଞ୍ଜରଙ୍କୁ ପଚାରିବାରୁ ଜଙ୍ଗଲ ନିଆଁ ଲିଭା କାର୍ଯ୍ଯ ଜାରି ରହିଥିବା କହିଛନ୍ତି । ଅନ୍ଯପଟେ ବହୁ ଅଞ୍ଚଳ ଅଣ ଜଙ୍ଗଲ ଓ ଜଙ୍ଗଲ ଜମି ପଟ୍ଟା ମିଳିଥିବାରୁ ଚାଷ ପାଇଁ ଏସବୁ ଅଞ୍ଚଳରେ ନିଆଁ ଲଗାଉଛନ୍ତି ଲୋକେ । ତେଣୁ ପ୍ରାଥମିକତା ସଂରକ୍ଷିତ ଜଙ୍ଗଲକୁ ଦିଆଯାଉଛି ଓ ପରେ ଅନ୍ୟ ଜଙ୍ଗଲରେ ନିଆଁ ଲିଭାଯାଉଥିବା ସେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.