ରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଦିନ ବେଳା କର୍ଫ୍ୟୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଆଗାମୀ ଚାରି ପାଞ୍ଚ ଦିନରେ କର୍ଫ୍ୟୁ ଲାଗୁ କରାଯାଇପାରେ। ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିସାରିଥିବାରୁ ସମସ୍ତେ ସତେତନ ହେବା ସହ କୋଭିଡ ନିୟମ ମାନି ଚଳିବା ଆବଶ୍ୟକ ବୋଲି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.