ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଓଭର ବ୍ରିଜ୍ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ୨ଆହତ, ଜଣେ ଗୁରୁତର । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ । ୩ଟି ଟ୍ରକ ପରସ୍ପର ସହ ଧକ୍କା ହୋଇଛନ୍ତି । ପ୍ରଥମ ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ପଛକୁ ପଛ ଆଉ ୨ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପ୍ରଥମ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।