ଗତ କିଛିଦିନ ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଥିଲେ ଖବର ଆସିଥିଲା। ଏବେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୋମବାର ଦିନ ସେ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ, ସବୁକିଛି ଠିକ ଅଛି ଏବଂ ଅକ୍ଷୟ କୁମାରଙ୍କୁ ଘରେ ଦେଖି ସମସ୍ତେ ଖୁସି।
ଅକ୍ଷୟ କୁମାର ଗତ ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଟ୍ୱିଟ୍ ଜରିଆରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲେ। ଟ୍ୱିଟରରେ ସେ ଲେଖିଥିଲେ, ‘ଆପଣମାନଙ୍କ ଆଶୀର୍ବାଦର ପ୍ରଭାବ। ମୁଁ ଭଲ ଅଛି କିନ୍ତୁ ସତର୍କତା ଦୃଷ୍ଟିରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବି। ଆପଣମାନେ ବି ନିଜ ଧ୍ୟାନ ଦିଅନ୍ତୁ।’ ଅକ୍ଷୟ କୁମାର ଡ.ଏଚ.ଏଲ.ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
View this post on Instagram
ନିକଟରେ ଖବର ଆସିଥିଲା କି, ଅକ୍ଷୟ କୁମାରଙ୍କୁ ‘ଗୋଲଡେନ ଗ୍ଲୋବ ଅନର୍ସ ଫାଉଣ୍ଡେସନ’ ପକ୍ଷରୁ ସମ୍ମାନିତ କରାଯିବ। ଭାରତରେ ସ୍ବଚ୍ଛତା ପ୍ରତି ଜନସଚେତନତା କରିବା ଦିଗରେ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅକ୍ଷୟଙ୍କୁ ଏହି ସମ୍ମାନ ମିଳିବ।