ବାଲିଗୁଡା : ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ବାଲିଗୁଡା ଥାନା କୋଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବିଗା ପଦର ଗାଁର ୩ ଯୁବକ ବାଲିଗୁଡାରୁ ନିଜ ଗାଁକୁ ବାଇକରେ ଫେରୁଥିଲେ ।
ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ବାଲିଗୁଡା ପୋଲିସ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛି। ମୃତକ ହେଲେ ବିଗାପଦର ଗାଁର ରାଧେକୃଷ୍ଣ ପୂଜାରୀ, ଦଶରଥ ବିଶିମାଝି ଓ ସାଗର ଦିଗାଲ।