ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ ଭାଇରସ୍‌ । ଲଗାତର ୪ ଦିନ ହେଲା ଦେଶରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ରହୁଛି।

ଗତ ୧୦ ଦିନରେ ୧୭ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୮ ହଜାର ଟପିଛି। ଦେଶରେ ୩ଲକ୍ଷରୁ ଅଧିକ ସଂକ୍ରମଣ ରହୁଥିବା ବେଳେ ବ୍ରାଜିଲରେ ୭୯ ହଜାର, ଆମେରିକାରେ ୬୨ ହଜାର ଏବଂ ତୁର୍କୀରେ ୫୪ ହଜାର ଦୈନିକ ସଂକ୍ରମିତ ହେଉଛନ୍ତି। ଭାରତରେ ସ୍ଥିିତି ଗମ୍ଭୀର ରହିଛିା ଶୁକ୍ରବାର ବିଶ୍ୱରେ ୮ ଲକ୍ଷ ୯୦ ହଜାର ସଂକ୍ରମିତ ହୋଇଛନ୍ତି। ସେଥିରୁ କେବଳ ଭାରତର ୩୭ ପ୍ରତିଶତ । କୋଭିଡ୍‌କୁ ନେଇ ମୁମ୍ବାଇ ଓ ଦିଲ୍ଲୀ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ବେଙ୍ଗୁଳୁରୁରେ ସର୍ବାଧିକ ଆକ୍ଟିଭ୍‌ କେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.