ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକରେ କାରବାର ସମୟ ୪ ଘଣ୍ଟାକୁ ସୀମିତ କରାଯାଇଛି । ବ୍ୟାଙ୍କିଙ୍ଗ୍ ସମୟ ସକାଳ ୧୦ଟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ ବୋଲି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି କୁହାଯାଇଛି । କରୋନା କାଳରେ ୫୦% କର୍ମଚାରୀ ବ୍ୟାଙ୍କ ଶାଖା ଆସି ସେବା ଯୋଗାଇବେ ।
ଏହା ମଧ୍ୟରେ କରୋନା ମହାମାରୀ ଭୟ ଯୋଗୁଁ ଲୋକେ ବ୍ଯାଙ୍କୁ କମ୍ ଯାଉଛନ୍ତି। ତଥାପି ମେ ମାସରେ ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଥାଏ, ତେବେ ଜଲଦି ସାରିଦିଅନ୍ତୁ। ମଇ ମାସରେ ୧୨ ଦିନ ବନ୍ଦ ରହିବ ବ୍ଯାଙ୍କ। କାରଣ ପ୍ରଥମ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ୧ ତାରିଖ ଶ୍ରମିକ ଦିବସ (ମେ’ ଡେ) ଏବଂ ୨ ତାରିଖ ରବିବାର ପଡୁଛି ।
ମେ ମାସର ପ୍ରଥମ ଦୁଇଦିନ ବ୍ୟାଙ୍କ ବନ୍ଦ ରହିବା ପରେ ୭ ତାରିଖରେ ଜମାତୁଲ ବିଦା, ୮ରେ ଦ୍ୱିତୀୟ ଶନିବାର ଓ ୯ରେ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ । ୧୩ ତାରିଖରେ ଇଦ୍ ଉଲ୍-ଫିତର, ୧୪ରେ ଇଦ୍ ଓ ଅକ୍ଷୟ ତୃତୀୟା ଏବଂ ୧୬ରେ ରବିବାର । ୨୨ରେ ଚତୁର୍ଥ ଶନିବାର ଓ ୨୩ରେ ରବିବାର ଯୋଗୁ ବ୍ୟାଙ୍କ ଖୋଲିବ ନାହିଁ । ସେହିଭଳି ୨୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ଏବଂ ୩୦ରେ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହିଭଳି ଭାବେ ଆସନ୍ତା ମାସରେ ବ୍ୟାଙ୍କଗୁଡ଼ିକ ମୋଟ ୧୨ ଦିନ ବନ୍ଦ ରହିବ । ଫଳରେ ଗ୍ରାହକମାନେ ମୌଳିକ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ ।