ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଆକ୍ରମଣ, ଭାଇରାଲ୍ ହେଉଛି ଭିଡିଓ

ଢେଙ୍କାନାଳ: ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ଢେଙ୍କାନାଳ ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ରେଣୁବାଳା ପଲେଇ ଓ ତାଙ୍କ ସ୍ୱାମୀ ନିରଞ୍ଜନ ପଲେଇଙ୍କ ସହ ଗାଁର ଜଳଧର ସାହୁଙ୍କ ପରିବାର ସହ କଥା କଟାକଟି ହୋଇଥିଲା। ଗତବର୍ଷ କୋଭିଡ-୧୯ ସମୟର ରନ୍ଧା ଖାଦ୍ୟ ବିଲକୁ ନେଇ ଗତକାଲି ସଂନ୍ଧ୍ୟାରେ କଥା କଟାକଟି ପରେ ଜଳଧର ସାହୁ ,ରଞ୍ଜନ ସାହୁ,ଜ୍ୟୋତିରତ୍ନ ସାହୁ,ଶ୍ବେତରତ୍ନ ସାହୁ,ଲତାନି ସାହୁ ମିଳିତ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଯାହାର ଭିଜୁଆଲ୍ ଭାଇରଲ ହେବାରେ ଲାଗିଛି । ସରପଞ୍ଚ ରେଣୁବାଳା ପଲେଇ ଓ ସ୍ୱାମୀ ନିରଞ୍ଜନ ପଲେଇକୁ ମାଡ଼ ମରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ନ୍ୟାୟ ପାଇଁ ସାଆନ୍ଦା ଫାଣ୍ଡିରେ ଆଜି ଅଭିଯୋଗ କରିଛନ୍ତି ସରପଞ୍ଚ ଓ ତାଙ୍କ ସ୍ବାମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.