ରଥଯାତ୍ରା ପାଇଁ ଅସନ ଓ ଧଉରା କାଠ, ୪ର୍ଥ ପର୍ଯ୍ୟାୟରେ ବୌଦ୍ଧରୁ ଆସିଲା ୪୫ଖଣ୍ଡ

ପୁରୀ: ରଥଯାତ୍ରା ପାଇଁ ପହଞ୍ଚିଲା ଅସନ ଓ ଧଉରା କାଠ । ୪ର୍ଥ ପର୍ଯ୍ୟାୟରେ ବୌଦ୍ଧରୁ ୪୫ଖଣ୍ଡ ଅସନ ଓ ଧଉରା କାଠ ଆସିଛି । ଗତକାଲି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ଖଣ୍ଡ କାଠ ବଳକା ରହିଛି ।

ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ୭୯୬ଖଣ୍ଡରୁ ଏପର୍ଯ୍ୟନ୍ତ ୧୨୪ ଖଣ୍ଡ କାଠ ପହଞ୍ଚି ସାରିଛି । ବଳକା କାଠ ପର୍ଯ୍ୟାୟ କ୍ରମେ ଆସିବ । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ର୍ନିମାଣର ଶୁଭାରମ୍ଭ ହେବାର ବିଧି ରହିଛି । ୩ରଥ ର୍ନିମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.