Below header

ରାଜସ୍ଥାନ ସରକାର ବଡ଼ ନିଷ୍ପତ୍ତି, କରୋନା ସଂକ୍ରମିତ ମୃତଦେହର ଅନ୍ତିମ ସଂସ୍କାରର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ଯ ସରକାର

ରାଜସ୍ଥାନରେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। କେବଳ ସଂକ୍ରମିତଙ୍କ ସଂଖ୍ଯା ନୁହେଁ ବରଂ ମୃତକଙ୍କ ସଂଖ୍ଯା ମଧ୍ୟ ବଢିବାରେ ଲାଗିଛି। ଏହା ମଧ୍ୟରେ ରାଜସ୍ଥାନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ମୁତାବକ, କରୋନା ସଂକ୍ରମିତ ଶବର ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ଭାବେ ସମ୍ମାନର ସହିତ କରାଯିବ ଏହା ସହିତ ଏହାର ସମସ୍ତ ଖର୍ଚ୍ଚ ରାଜ୍ଯ ସରକାର ବହନ କରିବେ।

ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଦିନ କରୋନା ସଂକ୍ରମିତ ଶବର ଅନ୍ତିମ ସଂସ୍କାର ପାଇଁ ବଜେଟ ମଧ୍ୟ ଜାରି କରିଛନ୍ତି। ସରକାରଙ୍କ ତରଫରୁ ୩୪.୫୬ କୋଟି ଟଙ୍କା ଫଣ୍ଡ ମଧ୍ୟ ଜାରି କରାଯାଇଛି। ଯାହା ସାହାଯ୍ଯରେ କରୋନା ସଂକ୍ରମିତ ଶବକୁ ଅନ୍ତିମ ସଂସ୍କାର କରାଯିବ।

ରାଜସ୍ଥାନର ସମସ୍ତ ନଗରର ଅଧିକାରୀଙ୍କୁ ଏହି ଆଦେଶ ଦିଆଯାଇଛି। କରୋନା ସଂକ୍ରମିତ ଶବର ଅନ୍ତିମ ସଂସ୍କାର ଖର୍ଚ୍ଚ ସେମାନେ ଉଠାଇବେ। ଯଦି କୌଣସି ରୋଗୀର ମୃତ୍ଯୁ ହସପିଟାଲରେ ହୁଏ, ତେବେ ଶବକୁ ହସପିଟାଲୁ ମଣାଣୀ ନେବା ପର୍ଯ୍ଯନ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ଏଥିପାଇଁ ରୋଗୀର ପରିଜନଙ୍କ ଠାରୁ କୌଣସି ପଇସା ନିଆଯିବ ନାହିଁ।

ସୂଚନାଯୋଗ୍ଯ, ଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୩୮ ନୂଆ ମାମଲା ସାମ୍ନାକୁ ଆସିଛି। ୮୪ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଠାରେ ୫,୩୦,୮୭୫ ଏଯାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.