ତାଳଚେର: ଲାଞ୍ଚ ମାମଲାରେ ୨ ଅଧିକାରୀଙ୍କୁ ଗିରଫ କଲା ସିବିଆଇ, ୨୦ହଜାର ଟଙ୍କା ନେଉଥିଲେ ଲାଞ୍ଚ

ତାଳଚେର (କେନ୍ୟୁଜ୍):  ଲାଞ୍ଚ ମାମଲାରେ ୨ ଅଧିକାରୀଙ୍କୁ ଗିରଫ କଲା ସିବିଆଇ। ଜଣେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍‌ସପେକ୍ଟର ଓ ଏମସିଏଲର ଜଣେ ମ୍ୟାନେଜରଙ୍କୁ ଗିରଫ କରିଛି ସିବିଆଇ। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ସିବିଆଇ ଗିରଫ କରିଛି। ତାଳଚେର ହିଙ୍ଗୁଳା ଏରିଆର ଏମସିଏଲର ୨ ଅଧିକାରୀ ଜମି ଅଧିଗ୍ରହଣ ନେଇ ଏକଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଅଭିଯୋଗକାରୀ ସିବିଆଇକୁ ଜଣାଇଥିଲେ। ପ୍ରଥମ ଦଫାରେ ୭୦ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ଅଗ୍ରୀମ ୨୦ହଜାର ଟଙ୍କା ପାଇଁ କଥା ଛିଡ଼ିଥିଲା।

ଅଭିଯୋଗ ପରେ ସିବିଆଇ ଚଢଉ କରି ଦୁଇ ଅଧିକାରୀଙ୍କୁ ଗିରଫ କରିବା ସହ ୨୦ହଜାର ଟଙ୍କା ଜବତ କରିଛି। ଦୁଇ ଅଧିକାରୀଙ୍କ ଘର ଓ ଅଫିସରେ ମଧ୍ୟ ଚଢଉ କରିଛି ସିବିଆଇ। ଆସନ୍ତାକାଲି ସେମାନଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର କରାଯିବ।

Leave A Reply

Your email address will not be published.