କେନ୍ୟୁଜ୍(ବ୍ୟୁରୋ): ବଢୁଛି କୋଭିଡ ସଂକ୍ରମଣ। କିଛି ଅମାନିଆଙ୍କ ପାଇଁ ସ୍ଥିତି ବେଶୀ ବିଗୁଡୁଛି। ଏନେଇ ସମସ୍ତଙ୍କୁ କୋଭିଡ ନିୟମ କଡାକଡ଼ି ପାଳନ କରିବାକୁ ପୋଲିସ ଡିଜି ଅଭୟ ନିିବେଦନ କରିଛନ୍ତି। ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଉଲ୍ଲଙ୍ଘନ ନେଇ ଏପ୍ରିଲ ମାସରେ ଦେଢଲକ୍ଷ ଲୋକଙ୍କ ଠାରୁ ଆଦାୟ ହୋଇଛି ପାଞ୍ଚ କୋଟି ୬୬ଲକ୍ଷ ୬୫ ହଜାର ଟଙ୍କା। କେବଳ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ଫାଇନ ହୋଇଛି ୫କୋଟି ୨୪ ଲକ୍ଷ ଟଙ୍କା। ୩୫୦ ଦୋକାନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ସିଲ୍ କରାଯାଇଛି। ୧୮ହଜାର ଗାଡ଼ି ଜବତ କରିଛି ପୋଲିସ।
କୋଭିଡ଼ କଟକଣା ନମାନିବାରୁ ୪୧୮ଜଣଙ୍କୁ ଗିରଫ କରାଯାଇଛି। ଚୋର ଧରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ରକ୍ଷା ପୋଲିସର କାର୍ଯ୍ୟ। ମାସ୍କ ନପିନ୍ଧିବା ଓ ଗହଳିରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପୋଲିସର କାର୍ଯ୍ୟ ନୁହେଁ। କିନ୍ତୁ ମହାମାରୀ ସମୟରେ ଲୋକ ସରକାରଙ୍କ ନିୟମ ନମାନି ଚଳିବା ଦ୍ୱାରା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଷ୍ଟକର ବୋଲି କହିଛନ୍ତି ଡିଜିପି। କିଛି ଅମାନିଆଙ୍କୁ ଗିରଫ ମଧ୍ୟ କରାଯାଇଛି। ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ପୋଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି।.