ଦେଶୀ ଟିକା ହେଲା ଶସ୍ତା, ଭାରତୀୟ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ଦର ହେଲା କମ୍‌

କରୋନା ଭ୍ୟାକସିନକୁ ନେଇ ଆସିଛି ଆଉ ଏକ ଜରୁରୀ ସୂଚନା । ରାଜ୍ୟକୁ ଏବେ କୋଭାକ୍ସିନର ପ୍ରତିି ଡୋଜ ୪୦୦ଟଙ୍କାରେ ଦିଆଯିବ । ଏହା ଆଗରୁ ରାଜ୍ୟକୁ ଭ୍ୟାକସିନର ଏହି ଡୋଜ ୬୦୦ଟଙ୍କାରେ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ପବ୍ଲିକ ହେଲ୍‌ଥ ସିଷ୍ଟମକୁ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପାଇଁ  କମ୍ପାନୀ ପକ୍ଷରୁ କୋଭିସିଲ୍ଡ ଟିକାର ଦାମ କମାଇ ୧୦୦ ଟଙ୍କା ରଖାଯାଇଥିଲା ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭାରତ ବାୟୋଟେକ ଦେଶରେ କରୋନା ମହାମାରୀ ସହ ଲଢ଼ିବା ପାଇଁ ଅଧିକ ଚିନ୍ତିତ ଅଛି । ଏହି ସମୟ ପବ୍ଲିକ ହେଲ୍‌ଥ ସିଷ୍ଟମ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ରଖିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଭ୍ୟାକସିନର ଦର କମାଯାଇଛି ।

ଏହାସହ କେନ୍ଦ୍ରସରକାର ମଇ ୧ ତାରିଖରୁ ଭ୍ୟାକସିନକୁ ରାଜ୍ୟ ସରକାର ତଥା ରାଜ୍ୟ ଅନ୍ତର୍ଗତ ସରକାରୀ ହସ୍ପିଟାଲରେ ବିକ୍ରି କରିବାର ଅନୁମତି ଦିଆଯାଇଛି । ତେବେ ଦେଶରେ ଟିକା ଉତ୍ପାଦନକାରୀ ସଂସ୍ଥା ୫୦% ଟିକା କେନ୍ଦ୍ର ସରକାରଙ୍କୁ ଦେବା ସହ ୫୦% ଟିକା ରାଜ୍ୟ ସରକାର ତଥା ହସ୍ପିଟାଲକୁ ଦେବେ । ଏହାକୁ ଦୃଷ୍ଟିରେ ରଖି ଟିକାର ଦରକୁ କମାଯାଇଛି । ଯଦ୍ୱାରା ପବ୍ଲିକ ହେଲ୍‌ଥ ସିଷ୍ଟମ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

କରୋନା ମହାମାରୀ ସମୟରେ ନିଜକୁ ସଚେତନ ରଖନ୍ତୁ । ଏହାସହ ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଯାହା ଆପଣଙ୍କୁ ଏହି ମହାମାରୀକୁ ଲଢ଼ିବାରେ ଅନେକ ମାତ୍ରାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.