ପୁଣି ଥରେ ସରକାରଙ୍କୁ ତୀର ମାରିଲେ ସ୍ୱରା, ସୋସିଆଲ ମିଡ଼ିଆରେ ସେୟାର କଲେ ଏମିତି ଏକ ଭିଡିଓ….

ବର୍ତ୍ତମାନ ସମୟରେ ଦେଶରେ ଯେମିତି ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି କରୋନା । ଦିନ କୁ ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଖାଲି ଆକ୍ରାନ୍ତ ସଂଖ୍ୟା ନୁହେଁ ମୃତ୍ୟୁ ହାର ବି ଦିନ କୁ ଦିନ ବଢ଼ିବାରେ ଲାଗିଛି । ସ୍ଥାନେ ସ୍ଥାନେ ତ କୁଢ଼ କୁଢ଼ ଜମା ହୋଇ ଯାଉଛି । ଏମିତିକି ମଶାଣିରେ ଦାହ ସଂସ୍କାର କରିବା ପାଇଁ ଜାଗା ଟିଏ ମିଳୁନାହିଁ ।ସଂକ୍ରମିତ ମାନେ କେମିତି ଯଥାସାଧ୍ୟ ସୁବିଧା ପାଇ ଶୀଘ୍ର ସୁସ୍ଥ ହୋଇପାରିବେ ସେ ଚିନ୍ତାରେ ସରକାର । ଆଉ ସଂକ୍ରମଣ ରୋକିବାକୁ ବି ଚେଷ୍ଟା ଚଳାଇଛନ୍ତି । ଆଗ ଧାଡ଼ିର କରୋନା ଯୋଦ୍ଧା ମାନେ ବି ପ୍ରାଣ ପଣେ ଲାଗି ପଡିଛନ୍ତି । ଖାଲି ସାଧାରଣ ଲୋକେ ନୁହନ୍ତି, ବଲିଉଡ ସେଲିବ୍ରିଟିଙ୍କୁ ବି ଛାଡ଼ୁନି କରୋନା । ଜଣେ ପରେ ଜଣେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଭିତରେ ବି କିଛି ସେଲିବ୍ରିଟି ନିଜ ନିଜ ମତ ରଖି ଚାଲିଛନ୍ତି | କିଏ ସରକାରଙ୍କ ପ୍ରସଂଶା କରୁଛନ୍ତି ତ କିଏ ସମାଲୋଚନା ।

 

View this post on Instagram

 

A post shared by Swara Bhasker (@reallyswara)

ନିଜ ମତ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ବି କରୋନା ନିୟନ୍ତ୍ରଣକୁ ନେଇ ସମ୍ପୂର୍ଣ୍ଣ ସିଷ୍ଟମକୁ ଦୋଷାରୋପ କରିଛନ୍ତି । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଗୀତର ଭିଡିଓ ସେୟାର କରି ସରକାରଙ୍କୁ ଦାୟୀ କରିଛନ୍ତି । ଗୀତଟି ହେଉଛି “ମିସ୍ଟର ଏକ୍ସ ଇନ ବମ୍ବେ” ସିନେମାର । ଗୀତର କିଛି ଅଂଶ ସେୟାର କରିବା ସହ ଏଥିରେ ଏକ କ୍ୟାପ୍ସନ ବି ଦେଇଛନ୍ତି । ଯେଉଁଥିରେ ଲେଖା ଯାଇଛିଯେ, ଯାହାଙ୍କୁ ଆମେ ଗଭୀର ବିଶ୍ୱାସ ଓ ଭରସା ସହ ଜିତେଇଛୁ । ସେମାନେ ଦେଶକୁ ଧ୍ୱଂଶ କରିବାରେ ଲାଗି ପଡିଛନ୍ତି ।” ଆଉ ସ୍ୱରାଙ୍କ ଏହି ପୋଷ୍ଟରେ ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ବି ନିଜ ନିଜ ପ୍ରତିକ୍ରିୟା ଦେଉଥିବା ଦେଖାଯାଉଛି । କିଛି ଜଣ ତାଙ୍କୁ ସପୋର୍ଟ କରିଥିବା ବେଳେ କିଛି ଜଣ ତାଙ୍କୁ ଖୁବ ଜୋରରେ ଟ୍ରଲ କରୁଥିବା ଦେଖାଦେଇଛି ।

କହିରଖିବା ଉଚିତ ହେବକି ସ୍ୱରାଙ୍କ ନିଜ ପରିବାରରେ ବି ଅନେକ କରୋନା ସଂକ୍ରମିତ ହୋଇ ସାରିଲେଣି । ଯାହାର ସୂଚନା ନିଜେ ସ୍ୱରା ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.