କଟକ: ପୁଣି ମାହାଙ୍ଗାରେ ଲଜ୍ଜା, ଘରେ କେହି ନଥିବା ବେଳେ ୪ରୁ୫ ଜଣ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ମାହାଙ୍ଗା(କେନ୍ୟୁଜ୍):  ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବା ବେଳେ ୪/୫ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣାଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳର ଗଣେଶ୍ୱର ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି କାହାକୁ କହିଲେ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ଗତ ୨୫ ତାରିଖରେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏ ଅଭିଯୁକ୍ତ ଧରାପଡିନଥିବା କହିଛନ୍ତି ପୀଡିତାଙ୍କ ପରିବାର ଲୋକ । ତେଣୁ ନ୍ୟାୟ ନପାଇଲେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ପୀଡିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.