ଆଇପିଏଲ୍‌-୧୪ରେ ଖରାପ ଫର୍ମ ଯୋଗୁ ଚିନ୍ତାରେ ଆନ୍ଦ୍ରେ ରସେଲ, ମଦ ବୋତଲ ସହିତ କଲେ ଏହି ପୋଷ୍ଟ

କୋଲକାତା ନାଇଟ ରାଇଡର୍ସ(KKR) ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଆଇପିଏଲ୍‌-୧୪ରେ ସେହି ଅନ୍ଦାଜରେ ଦେଖିବାକୁ ମିଳିନାହାନ୍ତି, ଯେଉଁଥି ପାଇଁ ସେ ଲୋକପ୍ରିୟ। ରସେଲ ନିଜ ଦମଦାର୍‌ ବ୍ୟାଟିଂ ପାଇଁ ଜଣାଶୁଣା। କିନ୍ତୁ ଆଇପିଏଲ୍‌ର ଏହି ସିଜନରେ ଏ ପର୍ଯ୍ୟନ୍ତ ତାଙ୍କର ବ୍ୟାଟ୍‌ ଅଧିକ କିଛି କରିପାରି ନାହିଁ।

ଆନ୍ଦ୍ରେ ରସେଲ ଏ ପର୍ଯ୍ୟନ୍ତ କେବଳ ଏକ ଭଲ ଇନିଂସ୍‌ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରସେଲ ଅର୍ଦ୍ଧଶତକ ଯୋଡ଼ିଥିଲେ, କିନ୍ତୁ ନିଜ ଟିମ୍‌କୁ ବିଜୟୀ କରିପାରି ନ ଥିଲେ। ୩୨ ବର୍ଷୀୟ ଏହି ଅଲରାଉଣ୍ଡର ଚଳିତ ସିଜନରେ ୧୯.୬୬ ଆଭେରେଜ୍‌ରେ ରନ୍‌ ବନାଇଛନ୍ତି। ଗତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(RR) ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟସ୍ତର ସାମ୍ନା କରିବା ପରେ ରସେଲ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ।

kkr
photo credit: aajtak

ସେ ମଦ ବୋତଲ ସହିତ ନିଜର ଫଟୋ ଅପଲୋଡ୍‌ କରିଥିଲେ। ରସେଲ ଲେଖିଥିଲେ କି, ‘କେବେ କେବେ ଠିକ୍‌ ନ ହେବା ବି ଠିକ୍‌ ହୋଇଥାଏ।’ ଏହାଛଡ଼ା ସେ ଆଉ ଏକ ମେସେଜ ଲେଖିଥିଲେ। ମଦର ଏକ ଇମୋଜୀ ପୋଷ୍ଟ କରି ଲେଖିଥିଲେ ଯେ ‘ଏହା ସବୁ ସମୟରେ ସାହାଯ୍ୟ କରିଥାଏ’। ଗତ କିଛିବର୍ଷ ହେବ ରସେଲ କେକେଆର୍‌ ଟିମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ସେ ନିଜ ଦମ୍‌ରେ ଟିମ୍‌କୁ କେତେକ ମ୍ୟାଚ୍‌ରେ ବିଜୟୀ କରିଛନ୍ତି। ତାଙ୍କୁ ଆଶା ରହିଛି କି, ସେ ଖୁବ୍‌ଶୀଘ୍ର ଫର୍ମକୁ ଫେରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.