ଯାଜପୁର: ଦୁର୍ଘଟଣାର ବ୍ଲାକ ସ୍ପଟ୍ ପାଲଟିଛି ଗୋକର୍ଣ୍ଣେଶ୍ବର ବ୍ରିଜ ନିକଟ, ଆଜି ପୁଣି ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଯାଜପୁର(କେନ୍ୟୁଜ୍): ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କର ଜୀବନ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋକର୍ଣ୍ଣେଶ୍ବର ବ୍ରିଜ ନିକଟରେ। ସୂଚନା ମୁତାବକ ଟାଙ୍ଗୀ ଭଗତପୁର ଅଂଚଳର ଦୁଇଜଣ ଏକ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଜାରକା ଗୋକର୍ଣ୍ଣେଶ୍ବର ବ୍ରିଜ ନିକଟରେ ଏକ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକମଧ୍ୟରୁ ଜଣେ ଟାଙ୍ଗୀ ଭଗତପୁର  ଅଞ୍ଚଳର ହେମନ୍ତ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ। ଧର୍ମଶାଳା ପୋଲିସ  ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.