Below header

ମହାମାରୀରେ ନିଜକୁ ରଖନ୍ତୁ ସୁରକ୍ଷିିତ, ୮ ଘଣ୍ଟା ଶୟନ ସହିତ ଖାଆନ୍ତୁ ଏହି ପୃଷ୍ଟିକର ଖାଦ୍ୟ

କରୋନାରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପ୍ରାୟ ଘରୋଥ ଉପାୟକୁ ଆପଣାଉଛନ୍ତି । ଉତ୍ତରପ୍ରଦେଶର ବରିଷ୍ଠ ଚିକିତ୍ସକ ଡା.ରମେଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଅନୁସାରେ କରୋନା ଭାଇରସ ମୁକାବିଲା ପାଇଁ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବା ଆବଶ୍ୟକ । ଏଥିପାଇଁ ଦୈନିକ ବ୍ୟକ୍ତି ୮ ଘଣ୍ଟା ଶୋଇବା ଦରାକର ।

ସୂଚନା ଅନୁଯାୟୀ, ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ମଜବୁତ ଥିବା ଲୋକମାନେ ଏହି କରୋନା ମହାମାରୀକୁ ହରାଇପାରିବେ । ତେଣୁ ଏଥିପାଇଁ ଶରୀରରେ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବା ଆବଶ୍ୟକ । ଏଥିନିମିତ୍ତ ଉଚିତ ଖାଦ୍ୟ ଗ୍ରହଣ କରିବା ସହ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଅର୍ଥାତ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ । ରିପୋର୍ଟ ଅନୁଯାୟୀ, କରୋନା କବଜାରେ ମଧ୍ୟ ସେହି ଲୋକ ଅଛନ୍ତି ଯେଉଁମାନଙ୍କର ଇମ୍ୟୁନିଟି ସିଷ୍ଟମ ମଜବୁତ ନାହିଁ ।

ଏହି ଶକ୍ତି ଆମ ଶରୀରକୁ ରୋଗମାନଙ୍କ ସହ ଲଢ଼ିବାକୁ ସକ୍ଷମ ହୋଇଥାଏ । ତେଣୁ ଏହାକୁ ମଜବୁତ ରଖିବା ଆବଶ୍ୟକ । ନୀତିଦିନ କାମରେ  ଲୋକଙ୍କ ମଧ୍ୟରେ ଏହି ଶକ୍ତି କମିଯାଇଥାଏ । ଯାହା କାରଣରୁ ଅସୁବିଧାର ସାମ୍ନା କରିବାକୁ ପଡ଼େ । ଆଜି ଭଳି ମହାମାରୀ ସମୟରେ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବା ନିହାତି ଆବଶ୍ୟକ ।

ତେଣୁ ପ୍ରତ୍ୟେକ ବ୍ୟକ୍ତିକୁ ଦୈନିକ ୮ଘଣ୍ଟା ଶୋଇବା ଆବଶ୍ୟକ । ସୂଚନା ଅନୁଯାୟୀ, ମଣିଷ ଶୋଇଥିବା ସମୟରେ ଇମ୍ୟୁନିଟି ସିଷ୍ଟମ ଶରୀରରେ ଥିବା ରୋଗକୁ ଲଢ଼ିବାରେ ଅଧିକ ମାତ୍ରାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ରୋଗ ଠିକ ହେବାର ସମ୍ଭାବନା ରହିଥାଏ । ଯେଉଁମାନେ ୮ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି ସେମାନଙ୍କ ଦେହରେ କାଶ, ଥଣ୍ଡା, ଜ୍ୱର ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ୮ଘଣ୍ଟା ଶୋଇବା ଉଚିତ । ଏହାସହ ପୃଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଦରକାର । ବାହାର ଖାଦ୍ୟକୁ ଖାଇବା ଅନୁଚିତ । କାରଣ ସୁଷମ ଖାଦ୍ୟ ଆପଣଙ୍କ ଶରୀରରେ ଥିବା କୋଷିକାକୁ ମଧ୍ୟ ସୁସ୍ଥ ରଖିଥାଏ ।

କରୋନା ମହାମାରୀ ସମୟରେ ନିଜକୁ ସଚେତନ ରଖନ୍ତୁ । ଏହାସହ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହ ସଠିକ ନିଦ୍ରା ନିଅନ୍ତୁ । ଯାହା ଆପଣଙ୍କୁ ଏହି ମହାମାରୀକୁ ଲଢ଼ିବାରେ ଅନେକ ମାତ୍ରାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.