ଇସ୍ରାଏଲର ଧାର୍ମିକ ସଭାରେ ଦଳାଚକଟା: ୪୪ ଲୋକଙ୍କ ମୃତ୍ୟୁ, ଶହେରୁ ଅଧିକ ଆହତ

ଇସ୍ରାଏଲରେ ଏକ ଧାର୍ମିକ ସଭା ଚାଲୁଥିବା ବେଳେ ଦଳାଚକଟାରେ ୪୪ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଇସ୍ରାଏଲରେ ଧାର୍ମିକ ବୋନଫାୟାର ଫେଷ୍ଟିଭାଲ୍ ଚାଲୁଥିଲା। ଏହି ସମୟରେ ଅଧିକ ଭିଡ ସୃଷ୍ଟି ହେବାରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଛନ୍ତି।

ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାରେ ଥିବା ଟମ୍ବୁକୁ ୟହୁଦୀ ସମାଜର ପବିତ୍ର ସ୍ଥଳ ମଧ୍ୟରେ ଅନ୍ଯତମ। ହଜାର ହଜାର ସଂଖ୍ଯାରେ ଏଠାକୁ ୟହୁଦୀ ଲୋକ ବାର୍ଷିକ ଆସନ୍ତି। ଏଠାରେ ରାତି ତମାମ ପ୍ରାର୍ଥନା ଏବଂ ଡ୍ଯାନ୍ସ ହେଉଥିଲା। ଏହି ସମୟରେ ଦଳାଚକଟା ହେବାରୁ ଏମିତି ଦୁର୍ଘଟଣା ଘଟିଛି। କିନ୍ତୁ କ’ଣ ପାଇଁ ଏହି ଦଳାଚକଟା ହୋଇଥିଲା, ତାହା ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.