ମେଡିକାଲରେ ଆଡ଼ମିଟ ହୋଇଛନ୍ତି ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଏରା ବାନୁ। ତେବେ ଦିଲ୍ଲୀପ କୁମାର ରେଗୁଲାର ଚେକଅପ ପାଇଁ ଆଡମିଟ ହୋଇଥିବା କହିଛନ୍ତି ସାଏରା। ରବିବାର ହିଁ ତାଙ୍କୁ ଡିସଚାର୍ଜ କରି ଦିଆଯିବ।
Actor @TheDilipKumar Admitted To Hospital For Routine Check-Up. “He Is Fine,” Says #SairaBanuhttps://t.co/KVd3z1CIZH pic.twitter.com/uPZSMPG19e
— NDTV Movies (@moviesndtv) May 2, 2021
ସାଏରା ବାନୁ କହିଛନ୍ତି,୯୮ ବର୍ଷୀୟ ଅଭିନେତାଙ୍କୁ ଶୁକ୍ରବାର ଦ୍ବିପ୍ରହରରେ ଉପନଗର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ୍ ସବୁ ଟେଷ୍ଟ କରାଇଛନ୍ତି। ଏବେ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତାଙ୍କୁ ରବିବାର ହିଁ ହସ୍ପିଟାଲରୁ ଛୁଟି ମିଳିଯିବ। ଆମ ପାଇଁ ପ୍ରାର୍ଥନା କରନ୍ତୁ।
ଅନ୍ୟପଟେ ଦିଲ୍ଲୀପ କୁମାରଙ୍କ ପାରିବାରିକ ବନ୍ଧୁ କହିଛନ୍ତି, ତାଙ୍କୁ ରେଗୁଲାର ଚେକଅପ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।