AAP ରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ! ଟାର୍ଗେଟ କରି ଏଭଳି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଆପରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ। ଏଭଳି ବୟାନ ଦେଇଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅମରିନ୍ଦର ପୁଣିଥରେ ନିଜ କ୍ୟାବିନେଟ ସହଯୋଗୀ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ଅମରିନ୍ଦର କହିଛନ୍ତି ସିଦ୍ଧୁ ଏବେ ଆମ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ କଥାବାର୍ତ୍ତା କରୁଛନ୍ତି ଓ ସେ ଯେ କୌଣସି ମୁହୂର୍ତ୍ତରେ ବି ଦଳ ବଦଳେଇ ପାରନ୍ତି।

ଏକ ଇଣ୍ଟରଭ୍ୟୁରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଦ୍ଧୁ ଅନେକ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ସାକ୍ଷାତ କରିସାରିଛନ୍ତି। ସେ ୩-୪ ଥର ଦେଖା କରିସାରିଛନ୍ତି। ଏଣୁ ସେ ଆପରେ ଯୋଗ ଦେଇପାରନ୍ତି ବୋଲି ଆମେ ଅନୁମାନ କରୁଛୁ। ଏହା ସ୍ପଷ୍ଟ ଯେ ସେ ମୋ ବିପକ୍ଷରେ ପଟିୟାଲାରେ ଲଢ଼ିବେ। ତାଙ୍କୁ ସ୍ବାଗତ କରୁଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲେ। ସେ ସିଦ୍ଧୁଙ୍କୁ ଜଣେ ଅନୁଶାସନହୀନ ନେତା କହିଥିଲେ। ସେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବୟାନବାଜି କରୁଛନ୍ତି। ସେ କଂଗ୍ରେସ ଛାଡ଼ିବାକୁ ଏଭଳି କରୁଛନ୍ତି ବୋଲି କହିଥିଲେ ଅମରିନ୍ଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.