ମାତ୍ର ୫ ହଜାର ଟଙ୍କାରେ ପାଇ ପାରିବେ Heroର ଏହି ଦମଦାର ବାଇକ, ଜାଣନ୍ତୁ କେମିତି କରିବେ ବୁକିଂ

ବିଶ୍ୱର ସବୁଠୁ ବଡ ଦୁଇଚକିଆ ବାହାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ (Hero Moto Corp) ଲକଡାଉନ ସମୟରେ ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ଏକ ଭରଚୁଆଲ ସୋ’ ରୁମ ବ୍ୟବସ୍ଥା ଆରମ୍ଭ କରିଛି । ଏହି ଭରଚୁଆଲ ସୋ’ ରୁମ ମାଧ୍ୟମରେ ଗ୍ରାହକ ମାନେ ଖୁବ କମ ସମୟରେ କମ୍ପାନୀ ବାବଦରେ ଅପଡେଟ ପାଇବା ସହ ଅନଲାଇନ ମାଧ୍ୟମରେ କିଣିପାରିବେ । ଏହା ଜରିଆରେ ଗ୍ରାହକଙ୍କୁ କମ୍ପାନୀ ପ୍ରସ୍ତୁତ ସବୁ ବାଇକର ୩୬୦ ଡିଗ୍ରୀ ଭିୟୁ ମିଳିବ । ଗ୍ରାହକଙ୍କୁ ବାଇକ ଓ ସ୍କୁଟର ଡିଜାଇନ ସମେତ ଫିଚର୍ସ ସହ ଡିଟେଲସ ସୂଚନା ମିଳିଯିବ ।

hero bike

 

କେମିତି ପାଇବେ ଏହି ସବୁ ସୁବିଧା:

ଏହି ଭରଚୁଆଲ ଶୋ’ ରୁମର ସୁବିଧା ପାଇବା ପାଇଁ ଆପଣଙ୍କୁ ହିରୋ ମୋଟୋକର୍ପ ୱେବସାଇଟକୁ ଯାଇପାରିବେ । କମ୍ପାନୀ ତରଫରୁ ଦାବି ହୋଇଛିକି ଗ୍ରାହକଙ୍କୁ ଏକ ବାସ୍ତବ ଶୋ’ ରୁମର ଅନୁଭବ ମିଳିପାରିବ । ଗ୍ରାହକ ମାନେ ଅଧିକ ଅପଡେଟ ପାଇବା ପାଇଁ Request a call back ବିକଳ୍ପ ପାଇପାରିବେ । କମ୍ପାନୀର 9ଟି ବାଇକ ଓ ସ୍କୁଟରକୁ ଭରଚୁଆଲ ଶୋ’ ରୁମ ଜରିଆରେ ଖୁବ ସହଜରେ କିଣିପାରିବେ । ଏହି ତାଲିକାରେ ରହିଛି Xtreme 200S, Xpulse 200, Xtreme 160R, Maestro Edge 125, Pleasure Plus, Destini 125, Passion Pro, Maestro Edge 110 ଓ Splendor Plus । ଗ୍ରାହକ ମାନେ ନିଜ ପସନ୍ଦର ଗାଡି ମାତ୍ର 5 ହଜାର ଟଙ୍କାରେ ବୁକ କରିପାରିବେ । ଅନ୍ୟ ପେମେଂଟ ଆପଣ ସବୁଠୁ ପାଖ ଡିଲରଙ୍କ ନିକଟରେ କରିପାରିବେ ।

ଆଉ ସବୁଠୁ ବଡ କଥା ହେଉଛି ଭରଚୁଆଲ ଶୋ’ ରୁମରେ ଗ୍ରାହକଙ୍କୁ ପ୍ରଡକ୍ଟର 3ଡ଼ି ଏକ୍ସପେରିଏନ୍ସ ମିଳିପାରିବ । ଏହା ବ୍ୟତୀତ ସମସ୍ତ ଫିଚର୍ସ, କଲର, ଭେରିୟାଣ୍ଟ ବାବଦରେ ସୂଚନା ମିଳିପାରିବ । ହିରୋର eShop ପ୍ଲାର୍ଟଫର୍ମ ମାଧ୍ୟମରେ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.