ଆଜି ଘରେ ବନାନ୍ତୁ ପୋଈ ଚିଙ୍ଗୁଡି ଚୁଡଚୁଡା, ହାତ ଚାଟି ଖାଇବେ ଭାତ

ଆମିଶ ବାରରେ କିଛି ଆମିଶ ତରକାରୀ ନ ଖାଇଲେ ଖାଇବାରେ ମଜା ଆସିନଥାଏ। ତେଣୁ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଏମିତି ଏକ ରେସିପି, ଯାହାର ସ୍ୱାଦ ଆପଣଙ୍କ ପାଟିରେ ପାଣି ଆଣିଦେବ। ବିଶ୍ୱାସ କରନ୍ତୁ ଏହାର ସ୍ୱାଦ ନିହାତି ଭାବେ ଆପଣଙ୍କୁ ପସନ୍ଦ ଆସିବ। ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ କରିବେ ପୋଇ ଚିଙ୍ଗୁଡି ଚୁଡଚୁଡା।

ଆବଶ୍ୟକ ସାମଗ୍ରୀ 

  • ଚିଙ୍ଗୁଡ଼ି – ୫୦୦ଗ୍ରାମ
  • ପୋଈ ଶାଗ – ୧୫ଟି ପତ୍ର
  • ତେଲ- ଆବଶ୍ୟକ ଅନୁସାରେ
  • ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟା
  • ରସୁଣ- ଗୋଟିଏ
  • ସୋରିଷ – ୨ ବଡ଼ ଚାମଚ
  • ଜିରା – ଅଧା ଚାମଚ
  • ଶୁଖିଲା ଲଙ୍କା – ୫ଟି
  • ଟମାଟୋ – ୨ଟା
  • ଲୁଣ – ସ୍ଵାଦ ଅନୁସାରେ
  • ହଳଦି- ୧ ଚାମଚ
  • ଲାଲ ଲଙ୍କା ଗୁଣ୍ଡ – ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ 

ଚିଙ୍ଗୁଡ଼ିକୁ ଭଲଭାବେ ସଫା କରି ଦିଅନ୍ତୁ। ପ୍ରଥମେ କଡେଇକୁ ଗରମ କରି ୪ ଚାମଚ ତେଲ ପକାଇ ଚିଙ୍ଗୁଡ଼ି ପକାଇ ୧ ଛୋଟ ଚାମଚ ହଳଦି ଓ ଅଳ୍ପ ଲୁଣ ପକାଇ ଭାଜନ୍ତୁ । ଭଲକରି ଭାଜି ହୋଇଗଲା ପରେ ଚିଙ୍ଗୁଡିକୁ କାଢ଼ି ଅଲଗା ରଖି ଦିଅନ୍ତୁ । ଏହାପରେ ସୋରିଷ, ୪ ପାଖୁଡ଼ା ରସୁଣ, ୪ଟି ଶୁଖିଲା ଲଙ୍କା ଓ ଜିରାକୁ ଭଲ ଭାବରେ ବାଟି ଦିଅନ୍ତୁ। କଡ଼େଇରେ ତେଲ ପକାନ୍ତୁ, ତେଲ ଗରମ ହେଲା ପରେ ୧ ଚାମଚ ଫୁଟଣ ପକାନ୍ତୁ ଓ ସେଥିରେ କଟା ପିଆଜ ଓ ୭ କୋଲା ରସୁଣ ଦେଇ ହାଲକା ଭାଜନ୍ତୁ । ଏବେ ଏଇ ଭଜାରେ ଶୋରିଷ ବଟା ଦିଅନ୍ତୁ ଓ ଭାଜନ୍ତୁ । ଏବେ ଏଥିରେ କଟା ଟମାଟୋ ଦେଇ ସ୍ଵାଦ ଅନୁସାରେ ଲୁଣ, ଅଳ୍ପ ହଳଦି, ଅଳ୍ପ ଲଙ୍କା ଗୁଣ୍ଡ ଦେଇ ଢ଼ାଙ୍କି ଦିଅନ୍ତୁ । କିଛି ସମୟ ପରେ ଢ଼ାଙ୍କୁଣୀ କାଢ଼ି ସେଥିରେ ଚିଙ୍ଗୁଡ଼ି ପକାଇ ଭଲକରି ମିଶାଇ ଦିଅନ୍ତୁ । ତାପରେ ଏଥିରେ ଗୋଟିଏ କପ ପାଣି ଦିଅନ୍ତୁ । ପାଣି ଫୁଟି ଗଲା ପରେ ଏଥିରେ ପୋଈ ପତ୍ରକୁ ଚୁନା ଚୁନା କାଟି ପକେଇ ଦିଅନ୍ତୁ । ପାଞ୍ଚ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମା ଗରମା ସ୍ୱାଦିଷ୍ଟ ପୋଇ ଚିଙ୍ଗୁଡି ଚୁଡଚୁଡା।

Leave A Reply

Your email address will not be published.