ଅଟୋକୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ୩ଆହତ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇଥିବା ବେଳେ ୩ଜଣ ଗୁରୁତର ଆତହ ହୋଇଛନ୍ତି। ସୂଚନା ଅନୁଯାୟୀ କମର୍ଦ୍ଦା ଥାନା ଅନ୍ତର୍ଗତ କୁସୁଡା ଗ୍ରାମର ଚନ୍ଦ୍ରଶେଖର ପାଣିଗ୍ରାହୀ ଏବଂ ତାଙ୍କର ପରିବାରର ଅନ୍ଯ ତିନି ଜଣ ଏକ ଅଟୋରେ ବାଲେଶ୍ବର ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ।

ଅପରାହ୍ନରେ ଘରକୁ ଫେରିବା ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଟ୍ରକ ଧକ୍କାରେ ଅଟୋଟି ସମ୍ପୂର୍ଣ ଚୂରମାର ହୋଇଯିବା ସହ ରାସ୍ତା କଡକୁ ଖସିପଡିଥିଲା। ଘଟଣା ସ୍ଥଳରେ ଚନ୍ଦ୍ରଶେଖରଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ଯରେ ମହିଳା ଏବଂ ଛୋଟ ପିଲା ରହିଛନ୍ତି। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.