Below header

ଆସନ୍ତା ମେ ୧୫ ତାରିଖରୁ ବନ୍ଦ ହୋଇଯିବ ଆପଣଙ୍କ Whats App ଆକାଉଣ୍ଟ !

ପ୍ରାଇଭେଟ ପଲିସୀ ଆରମ୍ଭ ହେବାକୁ ଯାଉଛି । ଏନେଇ ୟୁଜର୍ସ ମାନଙ୍କୁ ନୋଟିଫିକେସନ ଦିଆଯାଇଛି । କିଛି ଦିନ ହେବ ଲାଗି ରହିଥିବା ବିବାଦ କାରଣରୁ ଏହି ପଲିସିକୁ ୩ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଏହି ଅବଧି ଆଉ ବଢ଼ାଇବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଅଛି । ଯଦି ଜଣେ ମେ ୧୫ ସୁଦ୍ଧା ନୂଆ ପଲିସୀକୁ ଗ୍ରହଣ ନ କରନ୍ତି ତେବେ ସେମାନେ ହୁଆର୍ଟ୍ସ ଅପର ସୁବିଧା ସୁଯୋଗ ପାଇପାରିବେ ନାହିଁ ।

୧୨୦ ଦିନ ପରେ ଡିଲିଟ ହୋଇଯିବ ଆକାଉଣ୍ଟ:

ହୁଆର୍ଟ୍ସ ଅପ ତରଫରୁ ଦିଆ ଯାଇଥିବା ମେସେଜ ଅନୁଯାୟୀ ଯେଉଁମାନେ ନୂଆ ପଲିସୀ ନ ଆପଣେଇବେ ସେମାନଙ୍କ ଆକାଉଣ୍ଟ ୧୨୦
ଦିନ ଭିତରେ ଡିଲିଟ ହୋଇଯିବ । କିନ୍ତୁ କମ୍ପାନୀ ପକ୍ଷରୁ ଏନେଇ ସମୟ ସମୟରେ ସୂଚନା ଦିଆଯିବ । ଅନ୍ୟପକ୍ଷରେ ହୁଆର୍ଟ୍ସ ଅପର ନୂଆ ପଲିସୀକୁ ନେଇ ସବୁଠୁ ଅଧିକ ବିରୋଧ ଭାରତରେ ହିଁ ଉଠିଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ, ନିଜ ପ୍ୟାରେଣ୍ଟ କମ୍ପାନୀ ଫେସବୁକ ସହ ଅଧିକ ଡାଟା ସେୟାର କରିବା ପାଇଁ ହିଁ ଏପରି ଏକ ନୂଆ ପଲିସୀ ଆରମ୍ଭ କରିଛି ହୁଆର୍ଟ୍ସ ଅପ ।

ଯେବେକି ଭାରତରେ ହିଁ ଅଧିକ ଲୋକ ଏହି ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି । କିନ୍ତୁ ଅନ୍ୟ ପକ୍ଷରେ, ଲୋକଙ୍କ ଏହି ଦାବିକୁ ଖଣ୍ଡନ କରିଛି ହୁଆର୍ଟ୍ସ ଅପ । ଲୋକଙ୍କ ବିଜିନେସ ଆକାଉଣ୍ଟ ସହ ଏହା ଯୋଡି ହୋଇଥିବାରୁ ଏପରି କିଛି ହେବ ନାହିଁ ବୋଲି ସ୍ପଷ୍ଟ କରିଛି କମ୍ପାନୀ । କିନ୍ତୁ କହିରଖୁଛୁକି ୟୁରୋପରେ ଏହି ନୂଆ ପଲିସୀ ଲାଗୁ ହେବ ନାହିଁ । ଅନ୍ୟପକ୍ଷରେ, ହୁଆର୍ଟ୍ସ ଅପ ଫେସବୁକ ସହ ନିଜର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର କରିଆସୁଛି । ଯେମିତିକି ୟୁଜର୍ସଙ୍କ ଆଇପି ଅଡ୍ରେସ ଓ ପ୍ଲାଟଫର୍ମ ଜରିଆରେ କିଣାକିଣି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.