ପୁରୀ: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରୀ ବିବାଦ ମାମଲାର ଶୁଣାଣି। ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ କରିଛନ୍ତି ଅଦାଲତ।
ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ଜମି ବିକ୍ରୀ ଉପରେ ସ୍ଥିତାବସ୍ଥା ଜାରି କରିବାକୁ ଯୁକ୍ତି ବାଢିଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ବିଚାରଧୀନ ସମୟରେ କୌଣସି ବିକ୍ରୀ ଖର୍ଦ୍ଦି ହେଲେ ତାହା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି।