କରୋନାରେ ଏକୁଟିଆ ହୋଇଯାଇଥିବା ପିଲାଙ୍କ ପାଇଁ ହେଲ୍ପଲାଇନ ସେୟାର କଲେ କରୀନା କପୁର, ମେସେଜ ପଢ଼ି ଲୋକେ ଇମୋଶନାଲ

କରୋନା ମହାମାରୀ ପୂରା ଦେଶରେ ଆତଙ୍କ ଖେଳାଇ ରଖିଛି। ଏହି ସଂକ୍ରାମକ ରୋଗରେ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ ଲୋକଙ୍କୁ ସତର୍କ ଏବଂ ସଚେତନ ରହିବାକୁ ପରାମର୍ଶ ଦେଉଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି କଠିନ ସମୟରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି। ଏମିତିରେ କରୀନା କପୁର ବି କେତେକ ପୋଷ୍ଟ ସେୟାର କରି ସାରିଛନ୍ତି। ନିଜର ଲାଟେଷ୍ଟ ପୋଷ୍ଟରେ ସେ ମହାମାରୀରେ ମାଆ, ବାପାଙ୍କୁ ହରାଇଥିବା ପିଲାଙ୍କ ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି।

ଇମୋଶନାଲ ହେଲେ କରୀନା

କରୀନା କପୁର ଲେଖିଛନ୍ତି, ‘ମହାମାରୀ ଯୋଗୁ ଯେଉଁ ଛୁଆ ଏକୁଟିଆ ହୋଇ ଯାଇଛନ୍ତି, ତାଙ୍କ ପାଇଁ ମୋ ହୃଦୟ ଦୁଃଖିତ। କୋଭିଡରେ ଏମିତି ଏକୁଟିଆ ହୋଇଯାଇଥିବା ପିଲାଙ୍କ ପାଇଁ ନ୍ୟାଶନାଲ ଚାଇଲ୍ଡ ହେଲ୍ପଲାଇନ ନମ୍ବର(୧୦୯୮)ରେ କଲ କରନ୍ତୁ। କରୀନା ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଫର୍ମାଟ ରହିଛି। ଏଥିରେ ପିଲାର ନାଁ, ଜେଣ୍ଡର, ବୟସ, ଲୋକେଶନ(ଅଞ୍ଚଳ, ସହର ଏବଂ ରାଜ୍ୟ) ଲେଖିବାକୁ ହେବ। ପିଲାର ସମ୍ପର୍କୀୟଙ୍କ ସହ ଜଡ଼ିତ କିଛି ବି ସୂଚନା ଥିଲେ, 7777030393 ନମ୍ବରରେ ହ୍ଵାଟ୍ସଆପ କରାଯାଇପାରିବ।

କରୀନାଙ୍କ ଏହି ପୋଷ୍ଟ ଅନେକ ଫଲୋୟର୍ସଙ୍କୁ ଇମୋଶନାଲ କରିଦେଇଛି। ସୂଚନାଥାଉ କି, କରୀନା କପୁରଙ୍କ ବାପା ରଣଧୀର କପୁର କରୋନା ପଜିଟିଭ ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.