Below header

ଲୋକ କେବେବି ସୁଧୁରିବେନି, ଶେଷରେ ଏଟିଏମରୁ ଉଠାଇନେଲେ ସାନିଟାଇଜର ବୋତଲ

ଏବେ ଇଣ୍ଟରନେଟରେ ଏମିତି ସବୁ ଅଜବ ଅଜବ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଏକଦମ୍‌ ଗୋଲ ହୋଇଯିବ। ଏହି ପପୁଲାର ଭାଇରାଲ ଭିଡିଓକୁ ଦେଖିବା ପରେ ବିଶ୍ୱାସ କରନ୍ତୁ ଆପଣ ବି କହିବେ ଶେଷରେ ଏଇୟା ଦେଖିବାକୁ ବାକି ଥିଲା। ଆମେ ଆପଣଙ୍କୁ ଯେଉଁ ଭିଡିଓ ବିଷୟରେ କହୁଛୁ ତାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣ ଜାଣିଥିବେ କରୋନା ପାଇଁ ଏବେ ହ୍ୟାଣ୍ଡ ସାନିଟାଇଜରର ବହୁତ ଡିମାଣ୍ଡ ରହୁଛି। ଦୋକାନ, ବଜାର, ଅଫିସ, ଏଟିଏମ ଯେଉଁଠି ବି ଦେଖନ୍ତୁ ସବୁଠି ଆପଣଙ୍କୁ ସାନିଟାଇଜର ବୋତଲ ମିଳିଯିବ। ତେବେ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଜଣାଇଦେଉଛି ଯେ ଲୋକେ କେବେ ସୁଧୁରିବେନାହିଁ।

ଏହି ଭିଡିଓ ହେଉଛି କେରଳ କୋଝିକୋଡର। ଯେଉଁଠି ଜଣେ ବ୍ୟକ୍ତି ଏଟିଏମକୁ ଆସି ପ୍ରଥମେ ସାନିଟାଇଜରରେ ହାତ ସଫା କଲେ। ଆଉ ତାପରେ ପର୍ସରୁ କାର୍ଡ ବାହାର କରି ମେସିନରୁ ଟଙ୍କା ବାହାର କଲେ। ଆଉ ଟଙ୍କା ଉଠାଇବା ପରେ ଟଙ୍କା ସହ ସେଠାରେ ଥିବା ହ୍ୟାଣ୍ଡ ସାନିଟାଇଜର ବୋତଲକୁ ନିଜ ବ୍ୟାଗରେ ଭର୍ତ୍ତି କରି ନିଜ ସାଥିରେ ନେଇକି ପଳାଇଲେ। ଏହି ଭିଡିଓକୁ ଆପିଏସ୍‌ ଅଫିସର ଦୀପାଂଶୁ କାବରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍‌ ଟ୍ରେଣ୍ଡିଂରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.