ଭଦ୍ରକ କୋଭିଡ ଡାକ୍ତରଖାନରେ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସ୍‌ପି

ଭଦ୍ରକ: ଭଦ୍ରକରେ କୋଭିଡ ଡାକ୍ତରଖାନରେ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଓ ଏସ୍‌ପି। ଜିିଲ୍ଲା କୋଭିଡ ଡାକ୍ତରଖାନା ଓ କୋଭିଡ କେୟାରରେ ୧୦୮ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଆବଶ୍ୟକୀୟ ବେଡ ବ୍ୟବସ୍ଥା, ଅଜ୍ସିଜେନର ସ୍ଥିତି ଓ ଚିକିତ୍ସା ନେଇ ସ୍ଥିତି ଦେଖିବା ସହିତ ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି।

କୋଭିଡ ସଂକ୍ରମିତ ତଥା ଅନ୍ୟ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ରହିଛି। କୋଭିଡ କେୟାର ସେଣ୍ଟର ମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ କରୋନା କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଲଗାତାର ତିନିଦିନ ଧରି ଏହା ହଠାତ ବୃଦ୍ଧି ପାଇଛି। ଆଜି ଜିଲ୍ଲାରେ ୩୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.