ରାଜଗାଙ୍ଗପୁର କିଚେନ: ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ବିଧାୟକ

ସୁନ୍ଦରଗଡ: ସୁନ୍ଦରଗଡରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି। ହୋମ ଆଇସୋଲେସନରେରେ ଅଛନ୍ତି ଅଧିକାଂଶ ସଂକ୍ରମିତ। ଏମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାକୁ ରାଜଗାଙ୍ଗପୁର ବିଧାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି ରାଜଗାଙ୍ଗପୁର କିଚେନ।

ଖାଦ୍ୟପାନୀୟ ଭଳି ସମସ୍ୟା ଥିବା ସଂକ୍ରମିତଙ୍କୁ ଘରେ ଖାଦ୍ୟ ପ୍ରଦାନ କରିବେ ରାଜଗାଙ୍ଗପୁର କିଚେନର ସ୍ୱେଚ୍ଛାସେବୀ। ପ୍ରଥମ ଦିନରେ ୪୦ଟି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ଆଗକୁ ଏହି ସଂଖ୍ୟା ବୃଦ୍ଧି କରିଅଧିକ ସଂଖ୍ୟାରେ ଅସୁବିଧାରେ ରହିଥିବା ସଂକ୍ରମିତଙ୍କ ଘରେ ପହଞ୍ଚାଯିବ ବୋଲି କହିଛନ୍ତି ବିଧାୟକ ରାଜନ ଏକ୍କା।

ଗତ ବର୍ଷ ମଧ୍ୟ କରୋନା ସମୟରେ ଲକଡାଉନ ଯୋଗୁଁ ଫସିଥିବା ରାଜ୍ୟବାହାର ଲୋକଙ୍କୁ ତଥା ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବା ସହ ବାହାର ରାଜ୍ୟର ଲୋକଙ୍କୁ ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଇ ସହରବାସୀଙ୍କ ହୃଦୟ ଜିଣିଥିଲେ ବିଧାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.