ବିଶିଷ୍ଟ ସିନେ ସମୀକ୍ଷକ ରାଜୀବ ମସନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, କୋଭିଡ ସଂକ୍ରମିତ ପରେ ଚାଲିଛି ଚିକିତ୍ସା

ମୁମ୍ବାଇ: ବିଶିଷ୍ଟ ସିନେ ସମୀକ୍ଷକ ରାଜୀବ ମସନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାଜୀବଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅକ୍ସିଜେନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିବା ଜଣାପଡ଼ିଛି।

ରାଜୀବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବା ପରେ ବଲିଉଡର ବହୁ ସେଲିବ୍ରିଟି ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଦିୟା ମିର୍ଜା, ସୁନୀଲ ସେଟ୍ଟି, ସଞ୍ଜୟ ସୁରୀ, ରିଚ୍ଚା ଚଢା, ନିମ୍‌ରତ କୌର, ବିପାଶା ବସୁ, ଭାରତୀୟ ଫିଲ୍ମ ଓ ଟିଭି ଡାଇରେକ୍ଟର ଆସୋସିସନର ଅଶୋକ ପଣ୍ଡିତ ପ୍ରମୁଖ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ନିଜର ୨୫ ବର୍ଷର ଫିଲ୍ମ କ୍ରିଟିକ କ୍ୟାରିଅର ପରେ ସେ ଗତ ବର୍ଷ କରନ ଜୋହରଙ୍କ ଧର୍ମା ପ୍ରଡକ୍‌ସନର ସିଓଓ ଭାବେ ଦାୟିତ୍ୱ ତୁଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.