ଅଷ୍ଟ୍ରେଲିଆ ଖେଳାଳି ଡେଭିଡ ଓ୍ୱାର୍ଣ୍ଣରଙ୍କ ପାଇଁ ଚିନ୍ତାରେ ପରିବାର ଲୋକ, ଏମିତି କଲେ ଇମୋସନାଲ ପୋଷ୍ଟ
ଚଳିତ ବର୍ଷ ଆଇପିଏଲ ସିଜିନକୁ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି। IPLରେ କିଛି ଖେଳାଳି, କୋଚ ଏବଂ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । କରୋନା ସ୍ଥିତି ଦେଖି ଅବଶିଷ୍ଟ ମ୍ଯାଚ ହେବ। ତେବେ ଏବେ ନୂଆ ସମସ୍ୟା ମୁଣ୍ଡ ଟେକିଛି ଯେ, ଖେଳାଳିମାନେ ଘରକୁ କିପରି ଫେରିବେ । ଏସବୁ ଦେଖି ସେମାନଙ୍କ ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି । ତେବେ ସନରାଇଜର୍ସ ହାଇଦ୍ରାବଦର ଖେଳାଳି ଡେଭିଡ ଓ୍ୱାର୍ଣ୍ଣରଙ୍କୁ ତାଙ୍କ ଝିଅମାନେ ବହୁତ ମିସ କରୁଛନ୍ତି ।
ସୋସିଆଲ ମିଡିଆରେ ସେୟାର କରିଛନ୍ତି ଇମୋସନାଲ ପୋଷ୍ଟ । ଘରକୁ ଶୀଘ୍ର ଫେରି ଆସିବାକୁ ସେ ନିବେଦନ କରିଛନ୍ତି । ଅଷ୍ଟ୍ରେଲିଆର ଓପନର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ତାଙ୍କ ୩ ପିଲା ଓ ପତ୍ନୀ ଉତ୍ସାହର ସହ ଘରକୁ ଫେରିବାକୁ ଅନାଇ ବସିଛନ୍ତି । ଝିଅମାନେ ଚିତ୍ର କରି ଲେଖିଛନ୍ତି, ଘରକୁ ଫେରିଆସ ପାପା ଆମେ ତମକୁ ବହୁତ ମିସ କରୁଛୁ ।
View this post on Instagram
ସୂଚନାଯୋଗ୍ଯ, ଆଇପିଏଲରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ବୀପରେ କିଛିଦିନ ରହିବେ।