ଯାଜପୁର (କେନ୍ୟୁଜ): ବର ଗାଡି ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ବର ଓ ଅନ୍ୟ ଯାତ୍ରୀ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମାଣ୍ଡୁକା ଛକ ନିକଟରେ ବର ଗାଡି ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବର ଗାଡ଼ିଟି ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇ ଚାପି ହୋଇ ରହିଥିଲା। ବର ଗାଡିରେ ବର ସହ ଅନ୍ୟ ଯାତ୍ରୀ ମାନେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।
ବର ଗାଡ଼ିଟି ବାଲିକୁଦାରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ବେଳେ ମାଣ୍ଡୁକା ଛକ ନିକଟରେ ଟ୍ରକ ସହ ସାମନା ସାମନି ଧକା ହୋଇଥିଲା। ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ବର ଓ ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ଗାଡ଼ିରେ ପଠାଇ ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।